ଓଡିଶା

odisha

ETV Bharat / sports

'ଭାରତର u-19ଟିମକୁ ଦେଖିଲେ ସିନିୟର ଟିମ ମନେପଡେ' - ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ

ଭାରତୀୟ ଟିମ(ଅଣ୍ଡର-19)ର ପ୍ରଶିକ୍ଷଣ ଦେଖିଛି । ଏହି ଯୁବ ଖେଳାଳି ଯେପରି ଖେଳନ୍ତି, ଅନ୍ୟ ଦେଶର ଖେଳାଳିଙ୍କ ତୁଳନାରେ ବହୁତ ଭଲ । ଦ.ଆଫ୍ରିକା ପେସ୍‌ ବୋଲର ମଖାୟା ଏଣ୍ଟିନି ଏପରି କହିଛନ୍ତି ।

india
india

By

Published : Jan 14, 2020, 6:53 PM IST

ଜୋହାନ୍ସବର୍ଗ: ଦ.ଆଫ୍ରିକା ପେସ୍‌ ବୋଲର ମଖାୟା ଏଣ୍ଟିନି ଭାରତୀୟ ଅଣ୍ଡର-19 ଟିମକୁ ନେଇ ବଡ ବୟାନ ଦେଇଛନ୍ତି ।


ଦ.ଆଫ୍ରିକାରେ ଶୁକ୍ରବାର ଦିନ ଠାରୁ ଅଣ୍ଡର-19 ବିଶ୍ବକପରେ ଭାରତ ଟିମ ଉପରେ ସମସ୍ତଙ୍କ ନଜର ରହିବ । ତେବେ ଏଣ୍ଟିନି କହିଛନ୍ତି ଯେ, ସେ ଆଇପିଏଲରେ ସାମିଲ ହୋଇଥିବା ଯଶ୍ବସୀ ଜୟସଓ୍ବାଲ, ରବି ବିଶୋଇ ଓ ଆକାଶ, କାର୍ତ୍ତିକ ତ୍ୟାଗୀଙ୍କ ଖେଳ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ।


ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୁଁ ଭାରତୀୟ ଟିମ(ଅଣ୍ଡର-19)ର ପ୍ରଶିକ୍ଷଣ ଦେଖିଛି । ଏହି ଯୁବ ଖେଳାଳି ଯେପରି ଖେଳନ୍ତି, ଅନ୍ୟ ଦେଶର ଖେଳାଳିଙ୍କ ତୁଳନାରେ ବହୁତ ଭଲ । ସେମାନେ ପୂର୍ବରୁ ହିଁ ଟୁର୍ଣ୍ଣାମେଣ୍ଟର ମାନସିକତା ଢାଞ୍ଚାରେ ପଡି ଯାଇଛନ୍ତି । ଏହି ଯୁବ ଖେଳାଳିଙ୍କୁ ଏକାସହ ଅଭ୍ୟାସ କରୁଥିବା ଦେଖିବା ସାନଦାର ଲାଗେ । ସେମାନଙ୍କ ଖେଳ ଦେଖିଲେ ମତେ ଲାଗେ ମୁଁ ସନିୟର ଦଳକୁ ଦେଖୁଛି । ଜୟସଓ୍ବାଲ ଓ ତ୍ୟାଗୀଙ୍କ ଖେଳ ଏତେ ଉନ୍ନତମାନର ଯେ ସେମାନେ ଭାରତୀୟ ସିନିୟର ଟିମରେ ଖେଳିପାରିବେ । ଏହି ଜୁନିୟର ଟିମର ଖେଳାଳି ଯଶ୍ବସୀ ଜୟସଓ୍ବାଲ, ରବି ବିଶୋଇ,କାର୍ତ୍ତିକ ତ୍ୟାଗୀ ଓ ଆକାଶ ସିଂ ଆଇପିଏଲ ଖେଳିବେ । ସେମାନେ ଭବିଷ୍ୟତରେ ଭାରତୀୟ ଟିମର ପ୍ରତିନିଧିତ୍ବ ପାଇଁ ପ୍ରସ୍ତୁତ ରହିବେ ।

ABOUT THE AUTHOR

...view details