ଓଡିଶା

odisha

By

Published : Nov 8, 2020, 10:21 PM IST

ETV Bharat / sports

ବାଂଲାଦେଶର ଟି-20 ଅଧିନାୟକଙ୍କୁ କୋରୋନା, PSLରୁ ପଡିଲେ ବାଦ୍‌

ବାଂଲାଦେଶର ଟି-20 ଅଧିନାୟକ ମହମୁଦୁଲ୍ଲା ରିୟାଦଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଫଳରେ ସେ ପାକିସ୍ତାନ ସୁପର ଲିଗ୍‌(ପିଏସଏଲ)ର ପ୍ଲେଏଫ୍‌ରେ ଖେଳି ପାରିବେ ନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବାଂଲାଦେଶର ଟି-20 ଅଧିନାୟକଙ୍କୁ କୋରୋନା,  PSLରୁ ପଡିଲେ ବାଦ୍‌
ବାଂଲାଦେଶର ଟି-20 ଅଧିନାୟକଙ୍କୁ କୋରୋନା, PSLରୁ ପଡିଲେ ବାଦ୍‌

ଢାକା: ବାଂଲାଦେଶର ଟି-20 ଅଧିନାୟକ ମହମୁଦୁଲ୍ଲା ରିୟାଦଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଫଳରେ ସେ ପାକିସ୍ତାନ ସୁପର ଲିଗ୍‌(ପିଏସଏଲ)ର ପ୍ଲେଏଫ୍‌ରେ ଖେଳି ପାରିବ ନାହିଁ ବୋଲି ସ୍ଥାନୀୟ ମିଡିଆ କହିଛି ।

ବାଂଲାଦେଶର ଟି-20 ଅଧିନାୟକ ମହମୁଦୁଲ୍ଲା ରିୟାଦ

34ବର୍ଷୀୟ ଅଲରାଉଣ୍ଡର ମହମୁଦୁଲ୍ଲା ରବିବାର ରାତିରେ ଦୁବାଇ ଦେଇ ପାକିସ୍ତାନକୁ ଯାଇଥାନ୍ତେ । କିନ୍ତୁ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସେ ନିଜକୁ ଆଇସୋଲେଟ କରିଛନ୍ତି ।

ସେ ବଙ୍ଗବନ୍ଧୁ ଟି20 କପ ଖେଳିବେ କି ନାହିଁ ଏବେ ସନ୍ଦେହ ଘେରରେ । ଏହି ଟୁର୍ଣ୍ଣାମେଣ୍ଟ 21 କିମ୍ବା 22 ନଭେମ୍ବରରେ ଆରମ୍ଭ ହେବ । ତେବେ ଏହି ଟି-20 ଅଧିନାୟକ ଅତି ଶୀଘ୍ର ପୁଣି କୋରୋନା ଟେଷ୍ଟ କରାଇବେ ।

ପିଏସଏଲର ଲିଗ ପଏଣ୍ଟ ଟେବୁଲର ଟପ୍‌ରେ ଥିବା ମୁଲତାନ ସୁଲତାନ୍ସ ଟିମର ମୋଇନ ଅଲ୍ଲିଙ୍କ ସ୍ଥାନରେ ମହମୁଦୁଲ୍ଲାଙ୍କୁ ଟିମରେ ସାମିଲ କରାଯାଇଥିଲା ।

ABOUT THE AUTHOR

...view details