ରାଞ୍ଚି: କୋରୋନା ଭାଇରାସ ଯୋଗୁଁ ଚଳିତ ସଂସ୍କରଣ ଆଇପିଏଲକୁ ଆସନ୍ତା 15 ଏପ୍ରିଲ ଯାଏଁ ଘୁଞ୍ଚା ଯାଇଛି । ଏହାପରେ ସିଏସକେର ଅଭ୍ୟାସ ଶିବିରକୁ ସ୍ଥଗିତ କରାଯାଇଛି । ଫଳରେ ସିଏସକେର ଅଧିନାୟକ ସୋମବାର ଦିନ ଚେନ୍ନାଇରୁ ରାଞ୍ଚି ଫେରି ଆସିଛନ୍ତି ।
ଚେନ୍ନାଇରୁ ନେଲେ ବିଦାୟ, ରାଞ୍ଚିରେ ବାଇକ୍ ସହ ନଜର ଆସିଲେ ମାହି
ବିଶ୍ବରେ କୋରୋନା ଦିନକୁ ଦିନ କାୟା ବିସ୍ତାର କରୁଛି । ଏନେଇ ଆଇପିଏଲକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛୁ । ଫଳରେ ମାହି ଚେନ୍ନାଇରୁ ଫେରିଆସିଛନ୍ତି ରାଞ୍ଚିକୁ ।
msdhoni at ranchi
ଏହାପରେ ନିଜକୁ ଆକ୍ଟିଭ ରଖିବା ପାଇଁ ନିଜର ବାଇକ୍ ଧରି ରାଞ୍ଚି ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି । ଏଥିସହ ବ୍ୟାଡମିଣ୍ଟନ କୋର୍ଟରେ ଖେଳୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି ।
ତେବେ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରେ ମାହି ହେଲମେଟ ଲଗାଇ ବାଇକ୍ରେ ବସିଛନ୍ତି । ଜଣେ ପ୍ରଶଂସକ ତାଙ୍କ ସହ ସେଲ୍ଫି ନେଉଛନ୍ତି । ମାହି ବେଶ୍ ଖୁସି ଥିବାର ଭିଡିଓରେ ଦେଖିବାକୁ ମିଳିଛି ।