ଓଡିଶା

odisha

ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରେ ଧୋନିଙ୍କ ଯାତ୍ରା-ସଂଖ୍ୟା ଗଣିତ - ଅନ୍ତର୍ଜାତୀୟ କ୍ରିକେଟରେ ଧୋନିଙ୍କ ଯାତ୍ରା

ମହେନ୍ଦ୍ର ସିଂ ଧୋନି, ଭାରତୀୟ କ୍ରିକେଟରେ ଏମିତି ଏକ ନାମ ଯାହା କ୍ରିକେଟ ଦୁନିଆରେ ଭାରତର ସମସ୍ତ ସ୍ବପ୍ନ ସାକାର କରିଛନ୍ତି । ସେ ହିଁ କୋଟିକୋଟି ଭାରତୀୟଙ୍କ ମନରେ ପ୍ରତିଟି ମ୍ୟାଚ ଜିତିବା ନେଇ ବିଶ୍ବାସ ଭରିଥିଲେ ।

Mahendra Singh Dhoni retired from cricket
ଅନ୍ତର୍ଜାତୀୟ କ୍ରିକେଟରେ ଧୋନିଙ୍କ ଯାତ୍ରା-ସଂଖ୍ୟା ଗଣିତ

By

Published : Aug 15, 2020, 9:58 PM IST

ରାଞ୍ଚି: ମହେନ୍ଦ୍ର ସିଂ ଧୋନି, ଭାରତୀୟ କ୍ରିକେଟରେ ଏମିତି ଏକ ନାମ ଯାହା କ୍ରିକେଟ ଦୁନିଆରେ ଭାରତର ସମସ୍ତ ସ୍ବପ୍ନ ସାକାର କରିଛନ୍ତି । ସେ ହିଁ କୋଟିକୋଟି ଭାରତୀୟଙ୍କ ମନରେ ପ୍ରତିଟି ମ୍ୟାଚ ଜିତିବା ନେଇ ବିଶ୍ବାସ ଭରିଥିଲେ ।

ମ୍ୟାଚରେ ଖେଳିବା ହେଉ କିମ୍ବା ଅଧିନାୟକତ୍ବ, ସବୁଥିରେ ସେ ଥିଲେ ପ୍ରଥମ ପସନ୍ଦ । ସେଥିପାଇଁ ତ ଅବାସ୍ତବକୁ ବାସ୍ତବ କରୁଥିବା କ୍ରିକେଟରଙ୍କ ନାମ ଥିଲା ଧୋନି । ମାତ୍ର ଆଜିର ଦିନ ସେମିତ ହୋଇରହିନାହିଁ, କାରଣ ଧୋନି ଟିମ ଇଣ୍ଡିଆରୁ ବାହାରେ ରହିଛନ୍ତି ।

ଧୋନିଙ୍କ କ୍ୟାରିୟର
ଚାଲନ୍ତୁ ଫେରିଯିବା 15 ବର୍ଷ ତଳକୁ । ଆପଣ ଭାବୁଥିବେ ଆଜି ଧୋନିଙ୍କ ଏତେ ଚର୍ଚ୍ଚା କାହିଁକି ? ଏହାର କାରଣ ଧୋନି 15 ବର୍ଷ ତଳେ ଦିନିକିଆ କ୍ରିକେଟରେ ପ୍ରଥମ ଶତକ ହାସଲ କରିଥିଲେ । ଏହିଠାରୁ ହିଁ କ୍ରିକେଟ ଦୁନିଆରେ ନିଜକୁ ପ୍ରମାଣିତ କରିଥିଲେ ସେ । ପାକିସ୍ତାନ ବିପକ୍ଷରେ ଧୋନି 3ନଂ ସ୍ଥାନରେ ଖେଳି, 123 ବଲରୁ 148 ରନର ଇଂନିସ ଖେଳିଥିଲେ । ମ୍ୟାଚରେ ଭାରତ ସହଜସାଧ୍ୟ ବିଜୟ ହାସଲ କରିଥିଲା ।

ଧୋନିଙ୍କ କ୍ୟାରିୟରର 3ୟ ପାହାଚ

ଧୋନି ଆରମ୍ଭରୁ କିଛି ବି କରୁଥିଲେ ସେଥିରେ ପ୍ରଂଶସା ସହ ସଫଳ ମଧ୍ୟ ହେଉଥିଲେ । ଧୋନିଙ୍କ ଜୀବନରେ ଗୋଟିଏ ସଂଖ୍ୟା ବେଶ ଗୁରୁତ୍ବ ବହନ କରିଛି । ଏହା ସଂଖ୍ୟାଟି ହେଉଛି 7 । ଧୋନିଙ୍କ ଜର୍ସି ନଂ ଥିଲା 7 । ଧୋନିଙ୍କ ବ୍ୟାଟିଂ କ୍ରମ ମଧ୍ୟ 7 ଥିଲା ।

ଧୋନି ବାଂଲାଦେଶ ବିପକ୍ଷରେ ଡିସେମ୍ବର 23, 2004ରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ । ନିଜର ପ୍ରଥମ 4ଟି ମ୍ୟାଚରେ ଧୋନି ଯଥାକ୍ରମେ, 0, 12, 7, 3 ରନ କରିଥିଲେ । ଏହାପରେ ତତ୍କାଳାନ କ୍ୟାପଟେନ ସୌରଭ ଗାଙ୍ଗୁଲି ପାରିସ୍ତାନ ବିପକ୍ଷରେ 3ନଂ ସ୍ଥାନରେ ବ୍ୟାଟିଂ ପାଇଁ ପଠାଇଥିଲେ । ଏହି ମ୍ୟାଚରେ ଧୋନି ଚମତ୍କାର ଶତକୀୟ ଇଂନିସ ଖେଳିଥିଲେ ।

3ୟ ସ୍ଥାନରେ କ୍ୟାରିୟରର ଶ୍ରେଷ୍ଠ ସ୍କୋର

ଧୋନିଙ୍କ କ୍ୟାରିୟରର ଶ୍ରେଷ୍ଠତମ ସ୍କୋର 183 । ଶ୍ରୀଲଙ୍କା ବିପକ୍ଷରେ ଧୋନି ବ୍ୟାଟିଂ କ୍ରମରେ 3ନଂ ସ୍ଥାନରେ ବ୍ୟାଟିଂ ଏହି ଇଂନିସ ଖେଳିଥିଲେ । ଦୀପାବଳୀର ଦିନ ଥିଲା, ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର କ୍ୟାପଟେନ ଥିଲେ । ଧୋନି ସୁଯୋଗର ଭରପୁର ଫାଇଦା ଉଠାଇବା ସହ, ଦମଦାର ଇଂନିସ ଖେଳିଥିଲେ ।

ଟିମର କ୍ୟାପେଟନ

2007 ବିଶ୍ବକପରେ ଟିମ ଇଣ୍ଡିଆର ପରାଜୟ ପରେ, ରାହୁଲ ଦ୍ରାବିଡ କ୍ୟାପଟେନ ପଦ ଛାଡିଥିଲେ । ଏହାପରେ ଟି-20 ବିଶ୍ବକପ ପୂର୍ବରୁ ଧୋନି ଭାରତୀୟ ଟିମର କ୍ୟାପଟେନ ଭାର ପାଇଥିଲେ । ପରେ ଦକ୍ଷିଣ ଆଫ୍ରିକାରେ ଖେଳଯାଇଥିବା ଟି-20 ବିଶ୍ବକପ ପ୍ରଥମ ସଂସ୍କରଣରେ ଭାରତକୁ ବିଶ୍ବବିଜୟୀ କରାଇଥିଲେ ।

ଦିନିକିଆ ବିଶ୍ବକପ ବିଜୟ

ଅସବର 2011 ବିଶ୍ବକପର ଥିଲା । ଫାଇନାଲ ମୁକାବିଲାରେ ସାମ୍ନାରେ ଥିଲା ଶ୍ରୀଲଙ୍କା । ମ୍ୟାଚ ଆରମ୍ଭରୁ ସଚିନ ଓ ସେହ୍ବାଗଙ୍କୁ ହରାଇ ସଙ୍କଟରେ ପଡିଥିଲା ଭାରତ । ପରେ ଧୋନି 5ମ ସ୍ଥାନରେ ବ୍ୟାଟିଂ ଆସି 91 ରନର ଅପରାଜିତ ଇଂନିସ ଖେଳିଥିଲେ । 3ନଂ ସ୍ଥାନରେ ବ୍ୟାଟିଂ ଆସିଥିବା ଗମ୍ଭୀରଙ୍କ ସହ ମିଶି ମ୍ୟାଚ ବିଜୟୀ ପାର୍ଟନରସିପ କରିଥିଲେ । ଭାରତର ବିଶ୍ବକପ ଟ୍ରଫି ବିଜୟର 28 ବର୍ଷର ପ୍ରତୀକ୍ଷା ଶେଷ ହୋଇଥିଲା । 1983 ପରେ 2011ରେ ଭାରତ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ବିଶ୍ବ ଚମ୍ପିଆନ ବନିଥିଲା ।

2019 ବିଶ୍ବକପ

ବିଶ୍ବକପରେ ଭାରତୀୟ ଦଳର ଟପ ଅର୍ଡର ଫର୍ମରେ ଥିଲା । ଅଳ୍ପ କିଛି ମ୍ୟାଚରେ ଧୋନିଙ୍କ ବ୍ୟାଟିଂ ନେଇ ପ୍ରଶ୍ନ ଉଠିଥିଲା । ତେବେ ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ ମ୍ୟାଚରେ ଟପ ଅର୍ଡର ଫେଲ ମାରିଥିଲା । ଟିମକୁ 3ନଂ ସ୍ଥାନରେ ଧୋନିଙ୍କ ଆବଶ୍ୟକତା ପୁର୍ବାର ପଡିଥିଲା । ମାତ୍ର କୌଣସି କାରଣରୁ ଧୋନି ଏହି ସ୍ଥାନରେ ବ୍ୟାଟିଂ ପାଇଁ ଆସିନଥିଲେ । ପରେ ବ୍ୟାଟିଂ ପାଇଁ ଆସି ନ୍ୟୁଜିଲାଣ୍ଡର ଘାତକ ବୋଲିଂକୁ ସାମ୍ନା କରିବା ସହ ଅସମ୍ଭବକୁ ସମ୍ଭବ କରିବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲେ । ମାତ୍ର ସଫଳ ହୋଇପାରିନଥିଲେ । ନିରାଶ ହୋଇ ପାଭିଲିୟନ ଫେରିଥିଲେ । ଟିମ ଇଣ୍ଡିଆ ମ୍ୟାଚ ହାରି ସାରିଥିଲା । ମାତ୍ର କ୍ରିକେଟ ପ୍ରେମୀ, ଧୋନିଙ୍କୁ 3ନଂ ସ୍ଥାନରେ ବ୍ୟାଟିଂ ସୁଯୋଗ ମିଳିଥିଲେ ଫଳାଫଳ ଭିନ୍ନ ହୋଇଥାନ୍ତା ବୋଲି ମତ ଦେବାକୁ ପଛାଇ ନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details