ଓଡିଶା

odisha

ETV Bharat / sports

ରଣଜୀ ମ୍ୟାଚ: 3ୟ ଦିନ ଶେଷ ସୁଦ୍ଧା ଓଡିଶାର ସ୍କୋର 24/0 - maharashtra vs odisha

3ୟ ଦିନ ଖେଳ ଶେଷ ସୁଦ୍ଧା ବିନା ୱେକେଟରେ 24 ରନ କରିଛି ଓଡିଶା । ମହାରାଷ୍ଟ୍ର ତାର ପ୍ରଥମ ପାଳିରେ 5ୱେକେଟ ବିନିମୟରେ ବିଶାଳ 543 ରନ ସ୍କୋର କରିଥିଲା । ତେବେ ବର୍ତ୍ତମାନ ଓଡିଶା 226 ରନରେ ପଛରେ ରହିଛି ।

ranji-trophy
ranji-trophy

By

Published : Feb 6, 2020, 8:41 PM IST

Updated : Feb 6, 2020, 11:52 PM IST

କଟକ: ଓଡଶା ବନାମ ମହାରାଷ୍ଟ୍ର ରଣଜୀ ମ୍ୟାଚ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡିଶା ତାର ଦ୍ବିତୀୟ ପାଳିରେ ବିନା ଓ୍ବିକେଟରେ 24 ରନ ସ୍କୋର କରିଛି । ବର୍ତ୍ତମାନ ଓଡିଶା 226 ରନରେ ପଛରେ ରହିଛି ।

ମହାରାଷ୍ଟ୍ର ତାର ପ୍ରଥମ ପାଳିରେ 5ୱେକେଟ ବିନିମୟରେ ବିଶାଳ 543 ରନ ସ୍କୋର କରିଥିଲା । ଦଳ ପକ୍ଷରୁ ଅଧିନାୟକ ଅଙ୍କିତ ସର୍ବାଧିକ 204 ରନ କରଥିଲା ବେଳେ ଋତୁରାଜ ଗାଏକ୍ୱାର୍ଡ 129 ରନ , ସୈଖ 100 ରନ ଓ ରାହୁଲ ତ୍ରିପାଠୀ 65 ରନ କରିଥିଲେ ।

ଜବାବରେ 3ୟ ଦିନ ଖେଳ ଶେଷ ସୁଦ୍ଧା ବିନା ୱେକେଟରେ 24 ରନ କରିଛି ଓଡିଶା । ପ୍ରଥମ ପାଳିରେ ଓଡିଶା ସମସ୍ତ ଓ୍ବିକେଟ ହରାଇ 293 ରନ ସ୍କୋର କରିଥିଲା । ବର୍ତ୍ତମାନ ସୁଦ୍ଧା ଓଡିଶା 7 ଟି ମ୍ୟାଚ ରୁ 5ଟିରେ ବିଜୟ ହାସଲ କରି ସି-ଗୃପର 2ୟ ସ୍ଥାନରେ ରହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Feb 6, 2020, 11:52 PM IST

ABOUT THE AUTHOR

...view details