ଓଡିଶା

odisha

ETV Bharat / sports

ଜାଣନ୍ତୁ କିଏ ହେଲେ ବିସିସିଆଇର କ୍ରିକେଟ ଆଡଭାଇଜରି କମିଟି ସଦସ୍ୟ - ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି କ୍ରିକେଟ ଆଭଭାଇଜରି କମିଟି(CAC) । ଭେଟେରାନ ଭାରତୀୟ କ୍ରିକେଟର ମଦନ ଲାଲ ଓ ସୁଲକ୍ଷଣା ମାଧୁକରଙ୍କୁ ସିଏସିଏ ସଦସ୍ୟ ଭାବେ ଘୋଷଣା କରିଛି ବିସିସିଆଇ ।

Cricket Advisory Committee
କେଟ ଆଡଭାଇଜରୀ କମିଟି ସଦସ୍ୟ

By

Published : Jan 28, 2020, 4:39 PM IST

ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି କ୍ରିକେଟ ଆଭଭାଇଜରି କମିଟି(CAC) । ଭେଟେରାନ ଭାରତୀୟ କ୍ରିକେଟର ମଦନ ଲାଲ ଓ ସୁଲକ୍ଷଣା ମାଧୁକରଙ୍କୁ ସିଏସିଏ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଏହି କମିଟି ଜାତୀୟ ଚୟନକର୍ତ୍ତା କମିଟିରେ ସ୍ଥାନ ପାଇଁ ଆବେଦନକାରୀଙ୍କ ସାକ୍ଷାତକାର ନେବେ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ ଓ ଅନ୍ୟ ଅଧିକାରୀଙ୍କ ବୈଠକ ହୋଇଥିଲା ।

ଚୟନକର୍ତ୍ତା କମିଟିରେ ସ୍ଥାନ ପାଇଁ ଆବେଦନକାରୀଙ୍କ ତାଲିକା

ବୈଠକରେ ବିସିସିଆଇ ସମ୍ପାଦକ ଜୟ ଶାହ ଅଧ୍ୟକ୍ଷତା କରିଥିଲେ । ବୈଠକ ପରେ ମଦନ ଲାଲ ଓ ସୁଲକ୍ଷଣା ମାଧୁକର ନଏକ ଚୟନକର୍ତ୍ତା କମିଟି ଚୟନରେ ମୁଖ୍ୟ ଭୁମିକା ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ସିଏସିର 3ୟ ସଦସ୍ୟଙ୍କ ନାମ ଗାଙ୍ଗୁଲି ସ୍ପଷ୍ଟ କରିନାହାଁନ୍ତି । ପୂର୍ବରୁ 2ଜଣ ଜାତୀୟ ସିନିୟର ପୁରୁଷ ଦଳର ଚୟନକର୍ତ୍ତା ଓ 5ଜଣ ମହିଳା ସିନିୟର ଚୟନକର୍ତ୍ତା ପୋଷ୍ଟ ପାଇଁ ବିସିସିଆଇ ଆବେଦନ ଗ୍ରହଣ କରିଥିଲା । ନୟନ ମୋଙ୍ଗିଆ, ଅଜିତ ଅଗରକର ଓ ଭେଙ୍କଟେସ ପ୍ରସାଦ ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆବେଦନ କରିଛନ୍ତି ।

ତେବେ ଟିମ ଇଣ୍ଡିଆର ଆଗାମୀ ସିରିଜ ପାଇଁ ସିଏସି ଦଳ ଚୟନ କରିବେ ବୋଲି ସୂଚନା ଦେଇଛନ୍ତି ବିସିସିଆଇ ସଭାପତି । ଦକ୍ଷିଣ ଆଫ୍ରିକା 3 ଦିନିଆ ଦିନିକିଆ ସିରିଜ ପାଇଁ ଭାରତ ଗସ୍ତରେ ଆସିବ । ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ 12 ରେ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ଖେଳାଯିବ ।

ABOUT THE AUTHOR

...view details