ଓଡିଶା

odisha

ETV Bharat / sports

ରାଞ୍ଚି ଟେଷ୍ଟ: 2ୟ ଦିନରେ ପଡିଆକୁ କୁଦା ମାରିଲେ ଫ୍ୟାନ

ମ୍ୟାଚ ଚାଲିଥିବା ସମୟରେ ଗ୍ୟାଲେରୀ ଡେଇଁ ପଡିଆକୁ କୁଦା ମାରିଛନ୍ତି ଜଣେ ଦର୍ଶକ।

ପଡିଆ ଭିତରକୁ କୁଦା ମାରିଲେ ଫ୍ୟାନ

By

Published : Oct 21, 2019, 12:06 PM IST

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର 3ୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚର 2ୟ ଦିନରେ ଦେଖାଦେଇଛି ଏକ ବିରଳ ଦୃଶ୍ୟ । ମ୍ୟାଚ ଚାଲିଥାବା ସମୟରେ ଗ୍ୟାଲେରୀ ଡେଇଁ ପଡିଆକୁ କୁଦା ମାରିଛନ୍ତି ଜଣେ ଫ୍ୟାନ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ତେବେ ଭିଡିଓରେ ଦେଖିବାକୁ ମିଳୁଛି ଫ୍ୟାନ ଜଣଙ୍କ ପାଭେଲିଅନ ଗେଟ ପାର କରି ପଡିଆ ଭିତରକୁ ପଶୁଛନ୍ତି । ସିକ୍ୟୁରୁଟ ଗାର୍ଡଙ୍କୁ ଚକମା ଦେଇ ସେ ପଡିଆ ମଧ୍ୟକୁ ପ୍ରବେଶ କରୁଛନ୍ତି । ପଡିଆରେ ଜଣେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ କୋଳାଗ୍ରତ କରିବା ସହ ତାଙ୍କ ପାଦ ଛୁଇଁଛନ୍ତି।

ପଡିଆ ଭିତରକୁ କୁଦା ମାରିଲେ ଫ୍ୟାନ

ପରେ ସୁରକ୍ଷାକର୍ମୀ ତାଙ୍କୁ ଧରି ପଡିଆ ବାହାରକୁ ଆଣିବାକୁ ଚେଷ୍ଟା କରିଛନ୍ତି । ତେବେ ଆଉ ଏକ ଆଶ୍ଚର୍ଯ୍ୟ କଥା ହେଲା ଖସି ପଡିଥିବା ଫ୍ୟାନଙ୍କ ଚପଲକୁ ଦକ୍ଷିଣ ଆଫ୍ରିକା ଖେଳାଳି ଜଣଙ୍କ ନିଜ ହାତରେ ଧରି ତାଙ୍କୁ ଫେରାଇ ଦେଉଛନ୍ତି।

ABOUT THE AUTHOR

...view details