ଓଡିଶା

odisha

ଲ୍ୟୁକ ରୋଞ୍ଚି ନ୍ୟୁଜିଲାଣ୍ଡର ବ୍ୟାଟିଂ କୋଚ ନିଯୁକ୍ତ

By

Published : Nov 4, 2020, 7:31 PM IST

ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ବ୍ୟାଟିଂ କୋଚ ନିଯୁକ୍ତ ହେଲେ ଲ୍ୟୁକ ରୋଞ୍ଚି। ନ୍ୟୁଜିଲାଣ୍ଡ ପାଇଁ 81ଟି ଦିନିକିଆ ଓ 4ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ରୋଞ୍ଚି । ଅଧିକ ପଢ଼ନ୍ତୁ...

ଲ୍ୟୁକ ରୋଞ୍ଚି ନ୍ୟୁଜିଲାଣ୍ଡର ବ୍ୟାଟିଂ କୋଚ ନିଯୁକ୍ତ
ଲ୍ୟୁକ ରୋଞ୍ଚି ନ୍ୟୁଜିଲାଣ୍ଡର ବ୍ୟାଟିଂ କୋଚ ନିଯୁକ୍ତ

ୱେଲିଂଟନ:ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ବ୍ୟାଟିଂ କୋଚ ନିଯୁକ୍ତ ହେଲେ ଲ୍ୟୁକ ରୋଞ୍ଚି । କ୍ରିକେଟ କ୍ୟାରିୟରରେ ଏହି ନୂଆ ରୋଲକୁ ନେଇ ଉତ୍ସାହିତ ରହିଛନ୍ତି ରୋଞ୍ଚି। ନିଜ ଦେଶର କ୍ରିକେଟ ଦଳ ପାଇଁ କ୍ରିକେଟ ଶିଖାଇବା ଏକ ଗୌରବର ବିଷୟ ବୋଲି କହିଛନ୍ତି ଲ୍ୟୁକ ରୋଞ୍ଚି। ଚଳିତ ମାସରେ ୱେଷ୍ଟଇଣ୍ଡିଜ ଦଳ ନ୍ୟୁଜିଲାଣ୍ଡ ସହ ଘରୋଇ ସିରିଜ ଖେଳିବ । ଏହି ସିରିଜରୁ ନିଜର ନୂଆ ଯାତ୍ରା ଆରମ୍ଭ କରିବେ ଲ୍ୟୁକ ରୋଞ୍ଚି ।

ରୋଞ୍ଚି ନ୍ୟୁଜିଲାଣ୍ଡରେ ଜନ୍ମ ଗ୍ରହଣ କରିଥିଲେ । ତେବେ ସେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ 2008 ମସିହାରେ ଅଷ୍ଟ୍ରେଲିଆ ପାଇଁ ଖେଳିଥିଲେ। ପ୍ରଥମ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେଣ୍ଟ ଜଜ୍ କ୍ରିକେଟ ମୈଦାନରେ ଖେଳିଥିଲେ। ଅଷ୍ଟ୍ରେଲିଆ ପାଇଁ ସେ 4ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହାପରେ ସେ ନିଜ ଦେଶକୁ ଫେରିଯିବାକୁ ମନସ୍ତ କରିଥିଲେ।

2013ରୁ 2017 ମସିହା ପର୍ଯ୍ୟନ୍ତ ସେ ନ୍ୟୁଜିଲାଣ୍ଡ ପାଇଁ ଖେଳିଥିଲେ। ଏହି ସମୟରେ ନ୍ୟୁଜିଲାଣ୍ଡ ପକ୍ଷରୁ ସେ 81ଟି ଦିନିକିଆ ମ୍ୟାଚ ଖେଳିଥିଲେ। ଏହାସହ 4ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ରୋଞ୍ଚି ଦିନିକିଆ ମ୍ୟାଚରେ 114.51 ଷ୍ଟ୍ରାଇକ ରେଟରେ 1397 ରନ କରିଛନ୍ତି। ସେହିଭଳି ଟେଷ୍ଟ ମ୍ୟାଚରେ 73.84 ଷ୍ଟ୍ରାଇକ ରେଟରେ 319 ରନ କରିଛନ୍ତି। ଜଣେ ଭଲ ୱିକେଟ କିପର ଭାବେ ସେ ବେଶ ପରିଚିତ । 2017 ମସିହାରେ ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଥିଲେ ।

ଅବସର ପରେ 2019 ମସିହା ବିଶ୍ବକପବେଳେ ସେ ନ୍ୟୁଜିଲାଣ୍ଡ ସହ ସପୋର୍ଟ ଷ୍ଟାଫ ଭାବେ ଯୋଗ ଦେଇଥିଲେ। ଏହାପରେ ଭାରତ ବିପକ୍ଷ ମ୍ୟାଚରେ ନ୍ୟୁଜିଲାଣ୍ଡର ସମସ୍ତ ଖେଳାଳି ଆହତ ହୋଇଯିବାରୁ ସେ ଫିଲ୍ଡିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ।

ନ୍ୟୁଜିଲାଣ୍ଡର ବ୍ୟାଟିଂ କୋଚ ନିଯୁକ୍ତ ହେବାରେ ଲ୍ୟୁକ ରୋଞ୍ଚି ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ମିଚେଲ ମ୍ୟାକ୍ଲଘନ ଓ ଜିମି ନିଶମ ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ନ୍ୟୁଜିଲାଣ୍ଡ କ୍ରିକେଟ ପାଇଁ ଲ୍ୟୁକ ରୋଞ୍ଚି ଉପଯୁକ୍ତ ଖେଳାଳି ବୋଲି ଦୁହେଁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details