ଓଡିଶା

odisha

ETV Bharat / sports

ସଚିନଙ୍କୁ କାନ୍ଧରେ ବସାଇ ବୁଲାଇବା ସେହି ରାତିକୁ ଅଧିକ ସ୍ମରଣୀୟ କରିଥିଲା - ସ୍ମରଣୀୟ ରାତି

2011 ବିଶ୍ବକପ ବିଜୟ ପରେ ସଚିନଙ୍କ ସମ୍ମାନରେ ତାଙ୍କୁ କାନ୍ଧରେ ବସାଇ ବୁଲାଇବାର ମୁହୂର୍ତ୍ତ ଚିର ସ୍ମରଣୀୟ କହିଲେ ୟୁସୁଫ ପଠାନ । ଅଧିକ ପଢ଼ନ୍ତୁ...

Lifting Sachin on my shoulder, made the night more memorable, rights yusuf pathan on twitter, ସଚିନଙ୍କୁ କାନ୍ଧରେ ବସାଇ ବୁଲାଇବା, ସ୍ମରଣୀୟ ରାତି, ୟୁସୁଫ ପଠାନ
ସଚିନଙ୍କୁ କାନ୍ଧରେ ବସାଇ ବୁଲାଇବା ସେହି ରାତିକୁ ଅଧିକ ସ୍ମରଣୀୟ କରିଥିଲା

By

Published : Apr 5, 2020, 12:47 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁସୁଫ ପଠାନ ଶନିବାର ମନେପକାଇଛନ୍ତି ବିଶ୍ବକପ ବିଜୟର ସେହି କ୍ଷଣକୁ । ତେବେ ସେହିଦିନକୁ ମନେ ପକାଇ ୟୁସୁଫ କହିଛନ୍ତି ଯେ ସଚିନଙ୍କୁ କାନ୍ଧରେ ବସାଇ ବୁଲାଇବା ସେ ରାତି ଆହୁରି ସ୍ମରଣୀୟ କରି ଦେଇଥିଲା ।

2011 ବିଶ୍ବକପ ଜିତିବା ପରେ ପୁରା ଟିମ ସଚିନଙ୍କୁ କାନ୍ଧରେ ବସାଇ ଷ୍ଟାଡିଅମ ସାରା ବୁଲାଇଥିଲେ । ତେବେ ଏନେଇ ୟୁସୁଫ କହିଛନ୍ତି ଯେ, ‘ପ୍ରକୃତରେ ସଚିନ, ଆପଣଙ୍କୁ କାନ୍ଧରେ ବସାଇ ବୁଲାଇବା ଏକ ଅଦ୍ଭୁତ ମୁହୂର୍ତ୍ତ ଥିଲା ଖାସ କରି ମୋ ପାଇଁ ଓ ସାରା ଦେଶ ପାଇଁ ।(Indeed Sachin paaji! It was goosebumps moment for me especially to lift you on my shoulders and that made the night more memorable for me and the entire nation.)’ ଟ୍ବିଟ କରି ଲେଖିଛନ୍ତି ୟୁସୁଫ ।

ବିଶ୍ବକପ ଫାଇନାଲରେ ଶ୍ରୀଲଙ୍କା ଟିମ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ପକ୍ଷରୁ ମହେଲା ଜୟବର୍ଦ୍ଧନେ ଶତକ କରି ଟିମର ସ୍କୋରକୁ 274/6 ରେ ପହଞ୍ଚାଇଥିଲେ ।

275 ରନର ବିଜୟ ଲକ୍ଷକୁ ପିଛା କରି ପଡିଆକୁ ଓହ୍ଲାଇଥିବା ଧୋନି ବାହିନୀର ଆରମ୍ଭ ଖରାପ ଥିଲା । ସ୍କୋର ବୋର୍ଡରେ ମାତ୍ର 31 ରନ ହୋଇଥିବା ବେଳେ ସଚିନ ଓ ସେହୱାଗ ପଭିଲିୟନ ଫେରିଥିଲେ । ଯାହାପରେ ଗମ୍ବୀର ଓ ଧୋନି 109ର ଭାଗିଦାରୀ କରି ଟିମକୁ ବିଜୟ ଦ୍ବାରଦେଶରେ ପହଁଞ୍ଚାଇଥିଲେ । 97 ରନ କରି ଆଉଟ ହୋଇଥିଲେ ଗୌତମ ଗମ୍ଭୀର । ତାପରେ ଧୋନି (91*) ଓ ଯୁବରାଜ (21*) 6 ୱିକେଟ ହାତରେ ଥାଇ ଭାରତକୁ ବିଜୟ ରେଖା ପାରି କରାଇଥିଲେ ।

1983 ମସିହା ପରେ ଦୀର୍ଘ 28 ବର୍ଷର ଅପେକ୍ଷାର ଅନ୍ତ ହେଲା ଓ ଭାରତ ବିଶ୍ବବିଜୟୀ ହୋଇଥିଲା ।

ABOUT THE AUTHOR

...view details