ଓଡିଶା

odisha

ETV Bharat / sports

39ବର୍ଷରେ ସିକ୍ସର କିଙ୍ଗ ଯୁବରାଜ ସିଂ

'ସିକ୍ସର କିଙ୍ଗ' ନାଁରେ ପରିଚିତ ଯୁବରାଜ ସିଂ ନିଜର 39ତମ ଜନ୍ମଦିନ ପାଳୁଛନ୍ତି । ଯୁବିଙ୍କ ଆକ୍ରାମକ ବ୍ୟାଟିଂ ଓ ସାନଦାର ଫିଲ୍ଡିଂ କ୍ରିକେଟରେ ଏକ ପରିଚୟ ସୃଷ୍ଟି କରିଛି । ଚଣ୍ଡିଗଡରେ ଜନ୍ମିତ ଏହି ଖେଳାଳି 17ବର୍ଷ ବୟସରେ ନିଜ ଦେଶ ପାଇଁ ଖେଳିବା ଆରମ୍ଭ କରିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

39ବର୍ଷରେ ସିକ୍ସର କିଙ୍ଗ ଯୁବରାଜ ସିଂ
39ବର୍ଷରେ ସିକ୍ସର କିଙ୍ଗ ଯୁବରାଜ ସିଂ

By

Published : Dec 12, 2020, 2:08 PM IST

ହାଇଦ୍ରାବାଦ: 'ସିକ୍ସର କିଙ୍ଗ' ନାଁରେ ପରିଚିତ ଯୁବରାଜ ସିଂ ନିଜର 39ତମ ଜନ୍ମଦିନ ପାଳୁଛନ୍ତି । ଯୁବିଙ୍କ ଆକ୍ରାମକ ବ୍ୟାଟିଂ ଓ ସାନଦାର ଫିଲ୍ଡିଂ କ୍ରିକେଟରେ ଏକ ପରିଚୟ ସୃଷ୍ଟି କରିଛି ।

ଚଣ୍ଡିଗଡରେ ଜନ୍ମିତ ଏହି ଖେଳାଳି 17ବର୍ଷ ବୟସରେ ନିଜ ଦେଶ ପାଇଁ ଖେଳିବା ଆରମ୍ଭ କରିଥିଲେ । ଦିନ ଆସିଲା ସେହି ଅଲରଉାଣ୍ଡର ଖେଳାଳି ଦେଶକୁ ବିଶ୍ବକପ୍‌ ମଧ୍ୟ ଜିଣାଇଥିଲେ । ତେବେ 10ଜୁନ୍‌ 2019ରେ ନିଜର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅଲବିଦା କହିଥିଲେ ଯୁବରାଜ ସିଂ ।

ଯୁବରାଜ ସିଂ ଯିଏ ମୃତ୍ୟୁକୁ ମାତ୍‌ ଦେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ତାଙ୍କର ଟି-20 ବିଶ୍ବକପର 6ଟି ଛକାକୁ ଆଜି ବି ଫ୍ୟାନ୍ସ ମନେ ପକାନ୍ତି । ତାଙ୍କର ଅନ୍ତରାଷ୍ଟ୍ରୀୟ କ୍ୟାରିଅର ଏତେଟା ସହଜ ନଥିଲା । ଅନେକ ସଫଳତା-ଅସଫଳତା ମଧ୍ୟରେ ତାଙ୍କର କ୍ୟାରିଅର ଗତି କରିଛି । ସେ ଦେଶ ପାଇଁ 304ଟି ଦିନିକିଆ, 40ଟି ଟେଷ୍ଟ ଓ 58ଟି-20 ମ୍ୟାଚ ଖେଳିଛନ୍ତି ଓ 3ଟି ଫର୍ମାଟର ରନ୍‌କୁ ମିଶାଇଲେ 11000ରନ୍‌ ସଂଗ୍ରହ କରିଛନ୍ତି । ଯୁବି 2007 ଟି-20 ବଶ୍ବକପ୍‌ ଓ 2011 ବିଶ୍ବକପରେ ଭାରତକୁ ବିଶ୍ବ ବିଜେତା ବନେଇବାରେ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । କେନିୟା ବିପକ୍ଷରେ 2000 ମସିହାରେ ଦିନିକିଆ ଡେବ୍ୟୁ କରିଥିଲେ ଯୁବରାଜ ସିଂ ଓ 2003ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ।

ତେବେ ଭାରତର ଏହି ଧୁରନ୍ଧର ଅଲରାଉଣ୍ଡରଙ୍କ ଜନ୍ମଦିନରେ ଜାଣିବା ତାଙ୍କର କିଛି ଜଣା ଅଜଣା କଥା-

  1. ଯୁବରାଜ ସିଂ ପୂର୍ବ ଭାରତୀୟ କ୍ରିକେଟର ଯୋଗରାଜ ସିଂଙ୍କ ପୁତ୍ର । ଯୋଗରାଜ ଦେଶ ପାଇଁ ଗୋଟିଏ ଟେଷ୍ଟ ଓ 6ଟି ଦିନିକିଆ ଖେଳିଛନ୍ତି । ସେ ଜଣେ ପେସ ବୋଲର ଥିଲେ ।
  2. 2000 ଅଣ୍ଡର-19 ବିଶ୍ବକପରେ ଯୁବରାଜ ପ୍ଲେୟାର ଅଫ୍‌ ଦି ମ୍ୟାଚ ହୋଇଥିଲେ ।
  3. 2007 ଟି-20 ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷରେ 12ବଲ୍‌ରେ 50ରନ୍‌ ହାସଲ କରିଥିଲେ ।
  4. ଯୁବରାଜ 2011 ବିଶ୍ବକପ୍‌ରେ 4ଥର ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇଥିଲେ ।
  5. 2011ରେ ଭାରତ ବିଶ୍ବକପ ଜିତିଥିଲା ଓ ସେ ପାଲଟି ଥିଲେ ମ୍ୟାନ ଅଫ୍‌ ଦି ସିରିଜ ।
  6. 2012ରେ ସେ ଅର୍ଜୁନ ପୁରସ୍କାର ଓ 2014ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।
  7. ସେ ପିଲା ଦିନରେ ରୋଲର ସ୍କେଟିଙ୍ଗ ପସନ୍ଦ କରୁଥିଲେ । ଅଣ୍ଡର-19 ରୋଲର ସ୍କେଟିଙ୍ଗ ଚମ୍ପିଆନସିପ୍‌ରେ ବିଜୟ ହାସଲ କରିଥିଲେ ।
  8. ସେ ଚାଇଲ୍ଡ ଆଟିଷ୍ଟ ଭାବେ ପଞ୍ଜାବୀ ଫିଲ୍ମରେ ସେ ଆକ୍ଟିଙ୍ଗ ମଧ୍ୟ କରିଛନ୍ତି । ସେ ମେହନ୍ଦୀ ସଜଦା ଦି ଓ ପୁତ୍ତ ସରଦାରାରେ କାମ କରିଛନ୍ତି ।
  9. ଟି-20ର ଗୋଟିଏ ଓଭରରେ 6ଟି ଛକା ମାରିଥିବା ଯୁବରାଜ ପ୍ରଥମ ଖେଳାଳି ପାଲଟିଥିଲେ । ସେ 2007ଟି-20 ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷରେ ଏହି କୀର୍ତ୍ତିମାନ ହାସନ କରିଥିଲେ ।
  10. ଆଇପିଏଲରେ ଆରସିବି, କିଙ୍ଗ୍ସ ଇଲେଭେନ ପଞ୍ଜାବ, ଦିଲ୍ଲୀ ଡେୟରଡେଭିଲ୍ସ, ପୁନେ ଓ୍ବରିୟର୍ସ ଇଣ୍ଡିଆ, ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି ।

ABOUT THE AUTHOR

...view details