ଓଡିଶା

odisha

ETV Bharat / sports

କିମ୍ବଦନ୍ତୀ ବୋଲର କର୍ଟନି ୱାର୍ଲସ ୱେଷ୍ଟଇଣ୍ଡିଜ ମହିଳା ଟିମର କୋଚ ନିଯୁକ୍ତ - ୱେଷ୍ଟଇଣ୍ଡିଜ ମହିଳା ଟିମ କୋଚ ନ୍ୟୁଜ

କିମ୍ବଦନ୍ତୀ ବୋଲର କର୍ଟନି ୱାର୍ଲସ ୱେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଟିମର ମୁଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି । ଗୁରୁବାର ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ଘୋଷଣା ହୋଇଛି।

Legendary pacer Courtney Walsh appointed as head coach of West Indies women
କିମ୍ବଦନ୍ତୀ ବୋଲର କର୍ଟନି ୱାର୍ଲସ ୱେଷ୍ଟଇଣ୍ଡିଜ ମହିଳା ଟିମର କୋଚ ନିଯୁକ୍ତ

By

Published : Oct 2, 2020, 8:05 PM IST

ହାଇଦ୍ରାବାଦ: କିମ୍ବଦନ୍ତୀ ବୋଲର କର୍ଟନି ୱାର୍ଲସ ୱେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଟିମର ମୁଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି । ଗୁରୁବାର ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ଘୋଷଣା ହୋଇଛି।

2022 ଶେଷ ପର୍ଯ୍ୟନ୍ତ କର୍ଟନି କୋଚ ଦାୟିତ୍ବରେ ରହିବେ । ଏଥିସହିତ ଆଗାମୀ ଦିନିକିଆ ବିଶ୍ବକପ ଓ ଆଇସିସି ମହିଳା କ୍ରିକେଟ ବିଶ୍ବକପରେ ମଦ୍ୟ କୋଚ ଦାୟିତ୍ବ ତୁଲାଇବେ । ଏକ ଘୋଷମାନାମାରେ ବୋର୍ଡ ପକ୍ଷରୁ ଏହା କୁହାଯାଇଛି ।

ପୂର୍ବରୁ ପ୍ରଖ୍ୟାତ ବୋଲର କର୍ଟନି ବାଂଲାଦେଶ ପୁରୁଷ ଟିମର ସହକାରୀ କୋଚ ଭାବେ କାର୍ଯ୍ୟ କରିଛନ୍ତି ।

ୱାର୍ଲସ ୱେଷ୍ଟଇଣ୍ଡିଜ ଟେଷ୍ଟ କ୍ରିକେଟ ଇତିହାସରେ 132ଟି ମ୍ୟାଚରୁ ସର୍ବାଦିକ 519 ରନ ସଂଗ୍ରହ କରିଛନ୍ତି । ଦିନିକିଆରେ ମଧ୍ୟ ପୂର୍ବତନ ଏହି କାରବିୟନ କ୍ୟାପଟେନ 227ଟି ୱିକେଟ ହାସଲ କରିଛନ୍ତି । 429ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରୁ 1,807 ୱିକେଟ ଦଖଲ କରିଛନ୍ତି । 57 ବର୍ଷୀୟ ୱାର୍ଲସ ଆଇସିସି ହଲ ଅଫ ଫେମର ସଦସ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details