ଓଡିଶା

odisha

ETV Bharat / sports

ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାରିଲା ଭାରତ, ଦକ୍ଷିଣ ଆଫ୍ରିକାର ସିରିଜ ସିଲ୍‌ - ସିରିଜ ସିଲ୍‌ କଲା ଦକ୍ଷିଣ ଆଫ୍ରିକା

159 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭ୍ରମଣକାରୀ ଦଳ ମ୍ୟାଚର ଶେଷ ଓଭରରେ ବିଜୟୀ ହୋଇଛି । ଫଳରେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜରେ 2-0ରେ ଆଗୁଆ ସହ ସିରିଜ କବ୍ଜା କରିଛି । ଅଧିକ ପଢନ୍ତୁ...

Lee, Wolvaardt star as SA W register first T20I series win over IND W
ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାରିଲା ଭାରତ, ଦକ୍ଷିଣ ଆଫ୍ରିକାର ସିରିଜ ସିଲ୍‌

By

Published : Mar 21, 2021, 10:30 PM IST

ଲକ୍ଷ୍ନୌ(ଉତ୍ତର ପ୍ରଦେଶ): ଏକନା ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ବିପକ୍ଷ ଟି20 ସିରିଜର ଦ୍ବିତୀୟ ମ୍ୟାଚକୁ 6 ୱିକେଟରେ ଜିତିନେଇଛି ଦକ୍ଷିଣ ଆଫ୍ରିକା ମହିଳା ଟିମ । 159 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭ୍ରମଣକାରୀ ଦଳ ମ୍ୟାଚର ଶେଷ ଓଭରରେ ବିଜୟୀ ହୋଇଛି । ଫଳରେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜରେ 2-0ରେ ଆଗୁଆ ସହ ସିରିଜ କବ୍ଜା କରିଛି ।

ଦଳ ପକ୍ଷରୁ ଓପନର ଲିଜଲେ ଲି 45 ବଲରୁ 11 ଚୌକା ଓ ଗୋଟିଏ ଛକା ସହାୟତାରେ 70 ରନର ମାରାଥନ ବିଜୟୀ ଇଂନିସ ଖେଳିଥିଲେ । ପରେ ଲୌରା ୱଲଭାରଡଟ 39 ବଲ୍‌ରୁ 7ଚୌକା ସହାୟତାରେ ଅପରାଜିତ 53 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ଶେଷ ବଲ୍‌ରେ ଦକ୍ଷିଣ ଆଫ୍ରିକା ବିଜୟୀ

ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ୟାପଟେନ ସୁନି ଲୁସ ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଓପନର ଶେଫାଳି ବର୍ମା 47 ଓ ରିଚା ଘୋଷଙ୍କ ଅପରାଜିତ 44 ରନ ବଳରେ ଭାରତ ନିର୍ଦ୍ଧାରିତ 20 ଓଭରରେ 158/4 କରିଥିଲା । ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ 159 ରନର ବିଜୟ ଲକ୍ଷ୍ୟ ରହିଛି ।

କାମଚଳା କ୍ୟାପଟେନ ସ୍ମୃତି ମାନ୍ଧାନା 7 ରନରେ ଶୀଘ୍ର ଆଉଟ ହୋଇଥିଲେ । ପରେ ଶେଫାଳି ବର୍ମା ହର୍ଲିନ ଦେଓଲଙ୍କ ସହ ମିଶି ଦ୍ବିତୀୟ ୱିକେଟ ଯୋଡିରେ 79 ରନ ଯୋଡିଥିଲେ ।

31 ବଲ୍‌ରୁ ଦୁଇଟି ଛକା ଓ 6ଟି ଚୌକା ସହାୟତାରେ ଶେଫାଳି 47 ରନ୍‌ର ବିସ୍ଫୋରକ ଇଂନିସ ଖେଳିଥିଲେ । ସେହିପରି ହର୍ଲିନ 31 ରନର ଉପଯୋଗି ଯୋଗଦାନ କରିଥିଲେ । ପରେ ରୋଡ୍ରିଗ୍ୟୁସ ଘୋଷଙ୍କ ସହ ମିଶି 4ର୍ଥ ୱିକେଟ ଯୋଡିରେ ଦ୍ରୁତ 35 ରନ ଯୋଡିବା ସହ ଭାରତର ସ୍କୋର 150 ପାର୍‌ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details