ଓଡିଶା

odisha

ETV Bharat / sports

ଅବସର ପରେ ଏମିତି କହିଲେ ମାଲିଙ୍ଗା, ଜାଣିଲେ ତରଳିଯିବ ହୃଦୟ - ମାଲିଙ୍ଗା

ମ୍ୟାଚ ପରେ ମାଲିଙ୍ଗା କହିଛନ୍ତି, "ଏବେ ମୋର ଦିନିକିଆ କ୍ୟାରିଅର ଶେଷ ହେବାର ସମୟ ଆସିଯାଇଛି । ମୁଁ ଦେଶା ପାଇଁ 15 ବର୍ଷ କ୍ରିକେଟ ଖେଳିଲି । ଆଉ ଏବେ ମୁଁ ଏହି ଫର୍ମାଟକୁ ଅଲବିଦା କହିବାକୁ ଯାଉଛି । "

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Jul 27, 2019, 8:00 PM IST

କଲମ୍ବୋ: ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି ସିଂହଳୀ ଦଳର ପୂର୍ବତନ ଅଧିନାୟକ ତଥା ୟର୍କର କିଙ୍ଗ ଲସିଥ ମାଲିଙ୍ଗା । ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ପ୍ରଥମ ଦିନିକିଆ ଖେଳି ଅବସରର ନେଇଛନ୍ତି ସେ । ମ୍ୟାଚରେ 38ରନ ବ୍ୟୟରେ ପ୍ରମୁଖ 3ୱିକେଟ ଅକ୍ତିଆର କରିଛନ୍ତି ଏହି ୟର୍କର କିଙ୍ଗ୍‌ ।

ତେବେ ବିଦାୟକାଳୀନ ମ୍ୟାଚ ଖେଳିବା ପରେ ତାଙ୍କୁ ଦଳର ସମସ୍ତ ଖେଳାଳି ସମ୍ବର୍ଦ୍ଧନା ଜଣାଇଛନ୍ତି । ତେବେ ତାଙ୍କ ଶେଷ ମ୍ୟାଚରେ ତାଙ୍କ ପୁରା ପରିବାର ଉପସ୍ଥିତ ରହିଥିଲେ । ମ୍ୟାଚ ପରେ ମାଲିଙ୍ଗା କହିଛନ୍ତି, "ଏବେ ମୋର ଦିନିକିଆ କ୍ୟାରିଅର ଶେଷ ହେବାର ସମୟ ଆସିଯାଇଛି । ମୁଁ ଦେଶା ପାଇଁ 15 ବର୍ଷ କ୍ରିକେଟ ଖେଳିଲି । ଆଉ ଏବେ ମୁଁ ଏହି ଫର୍ମାଟକୁ ଅଲବିଦା କହିବାକୁ ଯାଉଛି । "


ସେ ପୁଣି କହିଛନ୍ତି, "ବିଜୟ ମୋ ପାଇଁ ସବୁଠି ଜରୁରୀ ଅଟେ । ଆମ ଦଳ ଏକ ଯୁବ ଦଳ ଅଟେ । ମୁଁ ମୋ କ୍ୟାରିଅରରେ ଜିତିବା ପାଇଁ ସମସ୍ତ ଚେଷ୍ଟା କରିଛି । ତେବେ ଏହେ ଦେଶରେ କିଛି ଯୁବ ବୋଲିଂ ପ୍ରତିଭାଙ୍କୁ ଦେଖିବାକୁ ମିଳୁଛି । ଯାହାଙ୍କ ପାଖରେ ଆକ୍ରମକ ବୋଲିଂ କରିବାର ବହୁତ୍‌ କ୍ଷମତା ରହିଛି । ତେଣୁ ଏହି ଯୁବ ପ୍ରତିଭାଙ୍କୁ ସାମ୍ନାକୁ ଆସିବା ଦରକାର । ଏବେ ମୋର ସମୟ ଶେଷ ହୋଇଯାଇଛି। "

ତେବେ ମାଲିଙ୍ଗା ଦିନିକିଆରେ 226ଟି ମ୍ୟାଚ ଖେଳି 338 ୱିକେଟ ଅକ୍ତିଆର କରିଛନ୍ତି ।

ABOUT THE AUTHOR

...view details