ନୂଆଦିଲ୍ଲୀ: 30 ମାର୍ଚ୍ଚରେ ଦିଲ୍ଲୀ ଓ କେକେଆର ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଏବେ ଦୁଇଟି କାରଣ ପାଇଁ ଚର୍ଚ୍ଚାର କାରଣ ସାଜିଛି । ପ୍ରଥମଟି ହେଉଛିସୁପର ଓଭରର ପାଇଁ । ତେବେ 2ୟ କାରଣଟି ସାଜିଛି ମ୍ୟାଚ ଫିକ୍ସିଂ । ଏହା ଆମେ କହୁନୁ ଏହା କହୁଛନ୍ତି ପୂର୍ବରୁ ଆଇପିଏଲର ମ୍ୟାଚ ଫିକ୍ସିଂରେ ସାମିଲ ଥିବା ଲଳିତ ମୋଦି।
ଆଇପିଏଲ: ପନ୍ତ ମ୍ୟାଚ ଫିକ୍ସିଂ କରିଛନ୍ତି ! - match fixing
ପନ୍ତ ବଲ ପଡିବା ପୂର୍ବରୁ ବଲ୍ଟି ଚୌକା ହେବ ବୋଲି କହୁଛନ୍ତି । ପରେ ଉକ୍ତ ବଲଟି ଚୌକା ହୋଇଥିଲା ।
ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା ଆଇପିଏଲର 10ମ ମ୍ୟାଚ। ଯେଉଁଥିରେ ପନ୍ତ ବୋଲିଂ ପୂର୍ବରୁ ବଲ୍ଟି ଚୌକା ହେବ ବୋଲି କହୁଛନ୍ତି । ଆଉ ଷ୍ଟମ୍ପରେ ଲାଗିଥିବା ମାଇକରେ ଏହା ରେକର୍ଡ ହୋଇଥିଲା । ପରେ ଉକ୍ତ ବଲଟିକୁ କୋଲକାତା ନାଇଟ ରାଇଡର୍ସର ବ୍ୟାଟ୍ସମ୍ୟାନ୍ ରବିନ ଉଥାପ୍ପା ଚୌକା ମଧ୍ୟ ମାରିଥିଲେ। ତେବେ ବୋଲିଂ ପୂର୍ବରୁ ପନ୍ତ କେମିତି ବଲ୍ଟିକୁ ଚୌକା ହେବ ବୋଲି ଜାଣିଲେ, ତା’କୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ତେବେ ଏହି ଅଡିଓଟିକୁ ଲଳିତ ମୋଦି ଟ୍ବିଟ କରି ଏହାକୁ ଏକସ୍ପଟ ଫିକ୍ସିଙ୍ଗ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହି ଭିଡିଓରେ ସତ୍ୟତା ନଥିବା କହିଛି ବିସିସିଆଇ । ଏଥି ସହିତ ବିସିସିଆଇ କହିଛି ପନ୍ତଙ୍କୁ ବଦନାମ କରିବା ପାଇଁ ଏହା କେବେଳ ଏକ ଷଡ଼ଯନ୍ତ୍ର । ଏଥିସହ ସୋଶାଲ୍ ମିଡିଆରେ ଏଭଳି ଭିଡିଓକୁ ବିସିସିଆଇ ହଟାଇ ଦେଇଛି ।