ଓଡିଶା

odisha

ETV Bharat / sports

ଆଇପିଏଲ 2020: ହାଇଦ୍ରାବାଦକୁ 12 ରନ୍‌ରେ ହରାଇଲା ପଞ୍ଜାବ

ରବିବାର ଡବଲହେଡର 2ୟ ମ୍ୟାଚରେ ପଞ୍ଜାବ ଦଳ ସନରାଇଜର୍ସ ହାଇଦ୍ରାବାଦକୁ 12 ରନ୍‌ରେ ପରାସ୍ତ କରି ପଏଣ୍ଟ ଟେବୁଲରେ 10ପଏଣ୍ଟ ସହ 5ମ ସ୍ଥାନରେ ରହିଛି । ଦମଦାର ବୋଲିଂ ଯୋଗୁଁ କ୍ରିସ ଜୋର୍ଡାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି ।

By

Published : Oct 25, 2020, 9:00 AM IST

ଆଇପିଏଲ 2020: ହାଇଦ୍ରାବାଦକୁ 12ରନ୍‌ରେ ହରାଇଲା ପଞ୍ଜାବ
ଆଇପିଏଲ 2020: ହାଇଦ୍ରାବାଦକୁ 12ରନ୍‌ରେ ହରାଇଲା ପଞ୍ଜାବ

ଦୁବାଇ: ଆଇପିଏଲର 43ତମ ମ୍ୟାଚରେ ପଞ୍ଜାବର ବାଜିମାତ୍‌ । ରବିବାର ଡବଲହେଡର 2ୟ ମ୍ୟାଚରେ ପଞ୍ଜାବ ଦଳ ସନରାଇଜର୍ସ ହାଇଦ୍ରାବାଦକୁ 12 ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ପରେ ପଏଣ୍ଟ ଟେବୁଲରେ 10ପଏଣ୍ଟ ସହ 5ମ ସ୍ଥାନରେ ରହିଛି କିଙ୍ଗ୍ସ ଏକାଦଶ ପଞ୍ଜାବ । ଦମଦାର ବୋଲିଂ ଯୋଗୁଁ କ୍ରିସ ଜୋର୍ଡାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି ।

ରବିବାର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର । ତେବେ ପଞ୍ଜାବ ବ୍ୟାଟିଂ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ନିର୍ଦ୍ଧାରିତ ଓଭରରେ 7ଓ୍ବିକେଟ ହରାଇ 126ରନ କରିଥିଲା । ନିକୋଲାସ ପୁରୋନ ସର୍ବାଧିକ 32 ଓ କ୍ୟାପଟେନ କେଏଲ ରାହୁଲ 27 ରନର ଇଂନିସ ଖେଳିଥିଲେ । କ୍ରିସ ଗେଲ 20 ଓ ମନ୍ଦୀପ ସିଂ 17 ରନ କରି ପାଭିଲିୟନ ଫେରିଥିଲେ ।

ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା ,ଜେସନ ହୋଲ୍ଡର ଓ ରସିଦ ଖାନ ଦୁଇଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ତେବେ ହାଇଦ୍ରାବାଦ 127ରନ୍‌ର ଟାର୍ଗେଟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । କିନ୍ତୁ ଦଳ 19.5 ଓଭରରେ 114ରନ କରି ଅଲଆଉଟ ହୋଇଯାଇଥିଲେ ।

ABOUT THE AUTHOR

...view details