ଓଡିଶା

odisha

ETV Bharat / sports

ବଲ ଚମକାଇବାକୁ ହେବନି ଛେପର ବ୍ୟବହାର: ଆଇସିସି କ୍ରିକେଟ କମିଟି - ଡିସିସନ ରିଭ୍ୟୁ ସିଷ୍ଟମ

କ୍ରିକେଟ ମ୍ୟାଚବେଳେ ବଲକୁ ଚମକାଇବା ପାଇଁ ହେବନି ଛେପର ବ୍ୟବହାର । କୋରୋନା ଭାଇରସ ସମୟରେ କୌଣସି ପ୍ରକାର ସଂକ୍ରମଣ ସମ୍ଭାବନାକୁ ଏଡାଇବାକୁ ଏହି ନିଷ୍ପତି ହୋଇଛି । ଅନିଲ କୁମ୍ବଲେଙ୍କ ନେତୃତ୍ବରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର କ୍ରିକେଟ କମିଟି ଏହି ପ୍ରସ୍ତାବ ରଖିଛି ।

Kumble-led ICC Cricket Committee recomends ban on saliva due to COVID-19 pandemic
ବଲ ଚମକାଇବାକୁ ହେବନି ଛେପର ବ୍ୟବହାର: ଆଇସିସି କ୍ରିକେଟ କମିଟି

By

Published : May 19, 2020, 11:13 AM IST

ଦୁବାଇ: କ୍ରିକେଟ ମ୍ୟାଚବେଳେ ବଲକୁ ଚମକାଇବା ପାଇଁ ହେବନି ଛେପର ବ୍ୟବହାର । କୋରୋନା ଭାଇରସ ସମୟରେ କୌଣସି ପ୍ରକାର ସଂକ୍ରମଣ ସମ୍ଭାବନାକୁ ଏଡାଇବାକୁ ଏହି ନିଷ୍ପତି ହୋଇଛି । ଅନିଲ କୁମ୍ବଲେଙ୍କ ନେତୃତ୍ବରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର କ୍ରିକେଟ କମିଟି ଏହି ପ୍ରସ୍ତାବ ରଖିଛି ।

ବଲ ଚମକାଇବାକୁ ହେବନି ଛେପର ବ୍ୟବହାର: ଆଇସିସି କ୍ରିକେଟ କମିଟି

ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଇସିସି କ୍ରିକେଟ କମିଟିର ବୈଠକ ହୋଇଥିଲା । ଛେପ ଦ୍ବାରା ସଂକ୍ରମଣର ଆଶଙ୍କା ଥିବାରୁ ଏହାକୁ ବାରଣ କରାଯାଇଛି । ଏହି ପ୍ରସ୍ତାବ ଆଇସିସି ବୋର୍ଡ ନିକଟରେ କମିଟି ପକ୍ଷରୁ ରଖାଯାଇଛି ।

ବଲ ଚମକାଇବାକୁ ହେବନି ଛେପର ବ୍ୟବହାର: ଆଇସିସି କ୍ରିକେଟ କମିଟି

ଏଥିସହିତ ଆଧୁନିକ କ୍ରିକେଟରେ କେତେକ ଅନ୍ୟ ପରିବର୍ତ୍ତନ ନେଇ କୁମ୍ବଲେଙ୍କ ନେତୃତ୍ବରେ ଏହି ବୈଠକରେ ଆଲୋଚନା ହୋଇଛି । ଗୋଟିଏ ଇଂନିସରେ 2ଟି ଡିସିସନ ରିଭ୍ୟୁ ସିଷ୍ଟମ(DRS) ର ଉପଲବ୍ଧ ରହିଛି । ମାତ୍ର ଏହାକୁ ବୃଦ୍ଧିକରି 3 କରିବାକୁ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details