ଓଡିଶା

odisha

ETV Bharat / sports

ଦ୍ବିତୀୟ ଥର ଏମସିସିର ସଭାପତି ହେଲେ ସାଙ୍ଗାକାର - ମେରିଲେବୋନ କ୍ରିକେଟ କ୍ଲବ

ମେରିଲେବୋନ କ୍ରିକେଟ କ୍ଲବ (MCC)ର ସଭାପତି ଭାବେ ଦ୍ବିତୀୟ ଥର ପାଇଁ ଦାୟିତ୍ବ ଗ୍ରହଣ କେଲ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମରା ସାଙ୍ଗାକାରା । ଅଧିକ ପଢ଼ନ୍ତୁ...

Kumar Sangakkara, Sangakara to serve second term as MCC president, MCC president, ମେରିଲେବୋନ କ୍ରିକେଟ କ୍ଲବ, କୁମାର ସାଙ୍ଗାକାରା
ଦ୍ବିତୀୟ ଥର ଏମସିସିର ସଭାପତି ହେଲେ ସାଙ୍ଗାକାର

By

Published : May 6, 2020, 8:43 PM IST

ଲଣ୍ଡନ: ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସାଙ୍ଗାକାରା ମେରିଲେବୋନ କ୍ରିକେଟ କ୍ଲବ (MCC)ର ସଭାପତି ଭାବେ ଦ୍ବିତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବର୍ତ୍ତମାନ କ୍ଲବର ସମସ୍ତ କାର୍ଯ୍ୟକଳାପ ବନ୍ଦ ରଖାଯାଇଛି ।

ଏହି ପ୍ରସ୍ତାବକୁ ଚଳିତ ବର୍ଷ ଜୁନ 24ତାରିଖରେ କ୍ଲବର ବାର୍ଷିକ ସାଧାରଣ ସଭାରେ (ଏଜିଏମ୍) ଭୋଟ ଦିଆଯିବ, ଏହାସହ ବୈଠକରେ କୋଭିଡ -19 ମହାମାରୀ ସମୟରେ କମ୍ପଟନ୍ ଏବଂ ଏଡ୍ରିଚ୍‌ର କୋର୍ସର ପୁନଃ ବିକାଶକୁ ଦୃଷ୍ଟିରେ ରଖି ଏକ ନୂତନ ଲାଇଫ ମେମ୍ବରସିପ ଯୋଜନା ମାଧ୍ୟମରେ ପାଣ୍ଠି ସଂଗ୍ରହ ଉପରେ ମଧ୍ୟ ବିଚାର କରାଯିବ।

ଦ୍ବିତୀୟ ଥର ଏମସିସିର ସଭାପତି ହେଲେ ସାଙ୍ଗାକାର

ଲାଇଫ ମେମ୍ବରଶିପ ଯୋଜନା ପୂର୍ବରୁ 1926 ଏବଂ 1996ରେ ଲର୍ଡ୍ସର ଗ୍ରାଣ୍ଡଷ୍ଟାଣ୍ଡର ପୁନଃ ବିକାଶକୁ ପାଣ୍ଠି ଯୋଗାଇବା ପାଇଁ ଗ୍ରହଣ କରାଯାଇଥିଲା ଏବଂ ଆବେଦନକାରୀଙ୍କ ବୟସ ଅନୁଯାୟୀ ଏହାର ମୂଲ୍ୟ 7,000 ପାଉଣ୍ଡରୁ 80,000 ପାଉଣ୍ଡ ମଧ୍ୟରେ ରହିଥିଲା । ସାଙ୍ଗାକରା ଯିଏକି ଏମସିସିର ପ୍ରଥମ ବିଦେଶୀ ସଭାପତି, ଗତ ବର୍ଷ ଅକ୍ଟୋବର 1ରେ କ୍ଲବର ଦାୟିତ୍ବ ଗ୍ରହଣ କରିଥିଲେ । ସେ ନିକଟରେ ପାକିସ୍ତାନର ଏକ ସଫଳ କ୍ଲବ ଗସ୍ତରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ମାର୍ଚ୍ଚ 2009ରେ ଶ୍ରୀଲଙ୍କା ଟିମର ବସ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସେ ପ୍ରଥମଥର ପାକିସ୍ତାନ ଗସ୍ତ କରିଥଲେ ।

ଦ୍ବିତୀୟ ଥର ଏମସିସିର ସଭାପତି ହେଲେ ସାଙ୍ଗାକାର

ଏମସିସିର ସଭାପତିଙ୍କର ପାରମ୍ପାରିକ ଭାବରେ କେବଳ 12 ମାସର କାର୍ଯ୍ୟକାଳ ରହିଥାଏ, କିନ୍ତୁ ପ୍ରଥମ ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଲର୍ଡ ହକ୍ (1914-18) ଏବଂ ଷ୍ଟାନଲି ଖ୍ରୀଷ୍ଟୋଫରସନ (1939-45) ଉଭୟ ଅଧିକ ସମୟ କାର୍ଯ୍ୟ କରିଥିଲେ । 2020 ରେ ଲର୍ଡ କ୍ରିକେଟ୍ ଗ୍ରାଉଣ୍ଡ ଯଥାକ୍ରମେ ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ଆୟୋଜନ କରିବାର ଯୋଜନା ଥିଲା । ଘରୋଇ ପ୍ରତିଯୋଗିତାରେ ‘ହଣ୍ଡ୍ରେଟ୍ସ’ର ଉଦ୍ଘାଟନୀ ସଂସ୍କରଣର ଫାଇନାଲ ଏହି ଗ୍ରାଉଣ୍ଡରେ ହେବାର ଥିଲା କିନ୍ତୁ କରୋନାଭାଇରସ ମହାମାରୀ ହେତୁ ଏହି ଟୁର୍ନାମେଣ୍ଟକୁ 2021 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ମଧ୍ୟ ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ଘରୋଇ ସିଜନ ଆରମ୍ଭକୁ ମଧ୍ୟ ସ୍ଥଗିତ ରଖିଛି । ଲର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ କୌଣସି ହାଇ ପ୍ରୋଫାଇଲ୍ ମ୍ୟାଚ ଦେଖିବାର ସମ୍ଭାବନା ନାହିଁ ।

@PTI ରିପୋର୍ଟ

ABOUT THE AUTHOR

...view details