ଓଡିଶା

odisha

ETV Bharat / sports

ଆଇପିଏଲ2020: ହାଇଦ୍ରାବାଦକୁ ପରାସ୍ତ କରି କୋଲକାତାର ପ୍ରଥମ ବିଜୟ ହାସଲ - ସନରାଇଜର୍ସ ହାଇଦ୍ରବାଦ ନ୍ୟୁଜ

ଅଷ୍ଟମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ 7 ଓ୍ବିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । କେକେଆର ଟିମ୍‌ର ଶୁଭମନ ଗିଲ୍‌ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

kolkata-knight
kolkata-knight

By

Published : Sep 27, 2020, 8:19 AM IST

ଆବୁଧାବି: ଆଇପିଏଲ2020ର ଅଷ୍ଟମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ 7 ଓ୍ବିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଚଳିତ ସଂସ୍କରଣରେ କୋଲକତାର ଏହା ପ୍ରଥମ ବିଜୟ । ଅନ୍ୟପଟେ ହାଇଦ୍ରାବାଦକୁ 2ୟ ଥର ପାଇଁ ପରାଜୟର ସାମ୍ନା କରିବାକୁ ପଡିଛି । କେକେଆରର ଶୁଭମନ ଗିଲ୍‌ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

ହାଇଦ୍ରାବାଦ ଇଂନିସ

କୋଲକାତା ନାଇଟ ରାଇଡର୍ସ - ସନରାଇଜର୍ସ ହାଇଦ୍ରାବାଦ ମୁକାବିଲାରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ତେବେ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ ଦଳ 142 ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମନିଷ ପାଣ୍ଡେ ସର୍ବାଧିକ 38 ବଲରୁ 3 ଚୌକା ଓ 2 ଛକା ସହାୟତାରେ 51 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ସେହିପରି କ୍ୟାପଟେନ ଡେଭିଡ ୱାର୍ଣ୍ଣର 36(30ବଲ୍‌)ରନ୍‌, ରିଦ୍ଧିମାନ ଶାହା 30(31ବଲ୍‌)ରନ୍‌ ସଂଗ୍ରହ କରିଥିଲେ ।

କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ ଓ ପାଟ କମିନ୍ସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

କୋଲକାତା ଇଂନିସ

ତେବେ 143 ରନର ବିଜୟଲକ୍ଷ୍ୟ ନେଇ କୋଲକାତା ନାଇଟ ରାଇଡର୍ସ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ଶୁଭମନ ଗିଲ୍‌ଙ୍କ 70*(62ରନ୍‌)ର ଅର୍ଦ୍ଧଶତକ ପାଳି ବଳରେ 18ଓଭରରେ ମାତ୍ର 3 ଓ୍ବିକେଟ ବିନିମୟରେ 145ରନ୍‌ ସଂଗ୍ରହ କରି କୋଲକାତା ମ୍ୟାଚକୁ ନିଜ ନାଁରେ କରିଥିଲା । ଶୁଭମନଙ୍କ ବ୍ୟତୀତ ଦଳ ପକ୍ଷରୁ ନୀତିଶ ରାଣା 26(13ବଲ୍‌)ରନ୍‌ ଓ ଇୟନ ମୋର୍ଗାନ 42(29ବଲ୍‌)ରନ୍‌ ସଂଗ୍ରହ କରିଥିଲେ ।

ରସିଦ ଖାନ, ଖଲିଲ ଅହମ୍ମଦ, ଟି ନଟରାଜନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ତେବେ ପଏଣ୍ଟ ଟେବୁଲକୁ ଦେଖିଲେ କୋଲକତା 2ପଏଣ୍ଟ ସହ 5ସ୍ଥାନରେ ରହିଛି ଓ ହାଇଦ୍ରାବାଦ 0 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । କୋଲକତା ତା'ର ପରବର୍ତ୍ତୀ ମ୍ୟାଚ 30 ସେପ୍ଟେମ୍ବରରେ ରାଜସ୍ଥାନ ସହ ଖେଳିବ । ସେହିପରି ହାଇଦ୍ରାବାଦ 29ସେପ୍ଟେମ୍ବରରେ ଦିଲ୍ଲୀକୁ ଭେଟିବ ।

ABOUT THE AUTHOR

...view details