ଓଡିଶା

odisha

ETV Bharat / sports

ବିଜୟ ପରେ ବିରାଟଙ୍କ ମୁହଁରେ ଏବି ଡିଭିଲିୟର୍ସଙ୍କ ପ୍ରଶଂସା - ଶାରଜାହା ମ୍ୟାଚ

କେକେଆର ବିପକ୍ଷରେ ଆରସିବି ପକ୍ଷରୁ ଏହି ମ୍ୟାଚରେ 73*ରନ୍‌ର ବିସ୍ଫୋରକ ଇଂନିସ ଖେଳିଥିବା ଏବି ଡି ଭିଲିୟର୍ସଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ମିଳିଛି । ଏହି ବିଜୟରେ ଆରସିବିର ଅଧିନାୟକ ବିରାଟ କୋହଲି ଡିଭିଲିୟର୍ସଙ୍କ ପ୍ରଶାଂସା କରିଛନ୍ତି ।

ବିଜୟ ପରେ ବିରାଟଙ୍କ ମୁହଁରେ ଏବି ଡିଭିଲିୟର୍ସଙ୍କ ପ୍ରଶଂସା
ବିଜୟ ପରେ ବିରାଟଙ୍କ ମୁହଁରେ ଏବି ଡିଭିଲିୟର୍ସଙ୍କ ପ୍ରଶଂସା

By

Published : Oct 13, 2020, 2:05 PM IST

ଶାରଜାହା: ଆରସିବି ଗତକାଲି କେକେଆରକୁ 82ରନ୍‌ରେ ମାତ୍‌ ଦେଇଛି । ତେବେ ଆରସିବି ପକ୍ଷରୁ ଏହି ମ୍ୟାଚରେ 73*ରନ୍‌ର ବିସ୍ଫୋରକ ଇଂନିସ ଖେଳିଥିବା ଏବି ଡି ଭିଲିୟର୍ସଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ମିଳିଛି । ଏହି ବିଜୟରେ ଆରସିବିର ଅଧିନାୟକ ବିରାଟ କୋହଲି ଡିଭିଲିୟର୍ସଙ୍କ ପ୍ରଶାଂସା କରିଛନ୍ତି ।

କୋହଲି ମ୍ୟାଚ ପରେ କହିଛନ୍ତି ଯେ, ମନେହେଉଥିଲା ଟିମ 160-165ମଧ୍ୟରେ ସ୍କୋର କରିବ । କିନ୍ତୁ ଡେଭିଲିୟର୍ସଙ୍କ ଇଂନିସ ଦଳକୁ ଏକ ମଜବୁତ ସ୍କୋର ପ୍ରଦାନ କରିଥିଲା । ଏପରି କେବଳ ସେ ହିଁ କରି ପାରିବେ । ମୁଁ ଖୁସି ଅଛି କି ଆମେ ପାର୍ଟନରସିପ ଇଂନିସ ଖେଳିଲୁ । ତାଙ୍କୁ ଏପରି ଦମଦାର ଇଂନିସ ଖେଳୁଥିବାର ଦେଖି ଭଲ ଅନୁଭବ ହୋଉଥିଲା ।

କୋହିଲ- ଡେଭିଲିୟର୍ସ ଯୋଡି

ସୂଚନାଥାଉକି, କୋହିଲ- ଡେଭିଲିୟର୍ସ 100ରନ୍‌ର ପାଟର୍ନରସିପ ଇଂନିସ ଖେଳିଥିଲେ ।

ଆହୁରି ମଧ୍ୟ କୋହଲି କହିଛନ୍ତି ଯେ, ଗୋଟିଏ ମଜବୁତ ଦଳ ସମ୍ମୁଖରେ ଏହା ସାନଦାର ବିଜୟ ଥିଲା । ମୋରିସ ଯୋଗୁଁ ବୋଲିଂ ବିଭାଗ ସୁଦୃଢ ହୋଇଛି ।

ABOUT THE AUTHOR

...view details