ଓଡିଶା

odisha

ଆଇପିଏଲରୁ ବାଦ୍‌ ପଡିଲା ପରେ ପ୍ରଶଂସକଙ୍କୁ ଧନ୍ୟବାଦ ଦେଲେ କୋହଲି

By

Published : Nov 7, 2020, 5:37 PM IST

ଚଳିତ ସଂସ୍କରଣର ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ 6 ଓ୍ବିକେଟରେ ପରାସ୍ତ ହୋଇ ଫାଇନାଲ ରେସ୍‌ରୁ ବାଦ୍‌ ପଡିଛି ଆରସିବି । ଏହାପରେ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଦଳକୁ ସମର୍ଥନ କରିଥିବା ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆଇପିଏଲରୁ ବାଦ୍‌ ପଡିଲା ପରେ କୋହଲି ପ୍ରଶଂସକଙ୍କୁ କେଲ ଧନ୍ୟବାଦ
ଆଇପିଏଲରୁ ବାଦ୍‌ ପଡିଲା ପରେ କୋହଲି ପ୍ରଶଂସକଙ୍କୁ କେଲ ଧନ୍ୟବାଦ

ଆବୁଧାବି: ଆରସିବିର ଆଇପିଏଲ ଟ୍ରଫି ଜିଣିବାର ସ୍ବପ୍ନ ପୁଣି ଥରେ ଧୂଳିସାତ୍‌ ହୋଇଛି । ଚଳିତ ସଂସ୍କରଣର ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ 6 ଓ୍ବିକେଟରେ ପରାସ୍ତ ହୋଇ ଫାଇନାଲ ରେସ୍‌ରୁ ବାଦ୍‌ ପଡିଛି ଆରସିବି । ତେବେ ଆଇପିଏଲ-13ରେ ଯାତ୍ରା ସମାପ୍ତ କରିବା ପରେ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଦଳକୁ ସମର୍ଥନ କରିଥିବା ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କୋହଲି ନିଜର ଟ୍ବିଟରରେ ପୋଷ୍ଟ କରି ଉଲ୍ଳେଖ କରିଛନ୍ତି ଯେ, ଏହି ଉତ୍ଥାନ ପତନ ଯାତ୍ରାରେ ଏକାସହ ରହିଥିଲ । ଆମ ପକ୍ଷରେ ଟୁର୍ଣ୍ଣାମେଣ୍ଟ ରହିଲା ନାହିଁ । କିନ୍ତୁ ମୋତେ ମୋ ଟିମକୁ ନେଇ ବେଶ ଗର୍ବିତ । ଆମର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ । ଆମର ସମର୍ଥନ କରିଥିବାରୁ । ଆପଣମାନଙ୍କ ଭଲ ପାଇବା ଆମକୁ ମଜବୁତ କରେ । ପୁଣି ଶୀଘ୍ର ଭେଟ ହେବ ।

13ଟି ଲିଗ୍‌ ଆୟୋଜିତ ହେଲାଣି । କିନ୍ତୁ ଆରସିବି ଥରେ ବି ଆଇପିଏଲ ଟ୍ରଫି ଜିଣି ପାରି ନାହିଁ । ଦଳ 3ଥର ଫାଇନାଲ ମ୍ୟାଚ ଖେଳିଛି କିନ୍ତୁ ଚମ୍ପିଆନ ହୋଇ ପାରି ନାହିଁ । 2016ରେ ହାଇଦ୍ରାବାଦ ଓ ବାଙ୍ଗାଲୋର ଫାଇନାଲ ମ୍ୟାଚ ଖେଳିଥିଲେ । କିନ୍ତୁ ସେହି ଫାଇନାଲ ମ୍ୟାଚରେ ବିଜେତା ହୋଇଥିଲା ସନରାଇଜର୍ସ ହାଇଦ୍ରାବାଦ ।

ABOUT THE AUTHOR

...view details