ଅହମ୍ମଦାବାଦ:ରୋହିତ ଶର୍ମା ଓ କେଏଲ ରାହୁଲ, ଇଂଲଣ୍ଡ ବିପକ୍ଷ ପ୍ରଥମ ଟି20ରେ ଭାରତ ପାଇଁ ଓପନିଂ କରିବେ । ଏହା ସ୍ପଷ୍ଟ କରିଛନ୍ତି ଭାରତୀୟ କ୍ୟାପଟେନ ବିରାଟ କୋହଲି । ଫଳରେ ଶିଖର ଧାୱନଙ୍କୁ ରିଜର୍ଭ ଓପନର ଭାବେ ଅପେକ୍ଷା କରିବାକୁ ହେବ ।
ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟି20 ସିରିଜ ଖେଳିନଥିବା ରୋହିତ, ଘରୋଇ ଟି20 ସିରିଜରେ ଦଳକୁ ଫେରିଛନ୍ତି । ଫଳରେ ଓପନିଂ ଯୋଡିକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ରହସ୍ୟ ଉପରୁ ପରଦା ହଟାଇଛନ୍ତି କୋହଲି । ଧାୱନ ଓ ରାହୁଲ ଉଭୟଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନଦେବା କଷ୍ଟକର । ରୋହିତ ଓ ରାହୁଲ ସ୍ଥିର ପ୍ରଦର୍ଶନ ଦେଇଆସିଥିବାରୁ ଶିଖରଙ୍କୁ ଅପେକ୍ଷା କରିବାକୁ ହେବ ବୋଲି କୋହଲି କହିଛନ୍ତି ।
ରୋହିତ ଜାନୁଆରୀ-ଫେବ୍ରୁଆରୀ 2020ରେ ଖେଳିଥିବା ଶେଷ ଦୁଇଟି ଟି20 ଅନ୍ତର୍ଜାତୀୟ ମ୍ୟାଚରେ ଯଥାକ୍ରମେ 65 ଓ 60 ରନର ଇଂନିସ ଖେଳିଥିଲେ । ଶେଷ 5ଟି ଟି20 ଇଂନିସରେ 3ଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି ।