ନୂଆଦିଲ୍ଲୀ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ହନ୍ଦୱାଡାରେ ସହିଦ ହୋଇଥିବା ସେନା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । "ଏହି ବଳିଦାନକୁ ଦେଶ ସର୍ବଦା ମନେରଖିବ । ଦେଶପାଇଁ ବଳିଦାନ ଦେଇଥିବା ସମସ୍ତେ ହିଁ ଅସଲ ହିରୋ ।" ଜବାନଙ୍କ ଉଦ୍ଦେଶ୍ୟରେ ଆବେଗପୂର୍ଣ୍ଣ ଟ୍ବିଟରେ ଏମିତି ଲେଖିଛନ୍ତି କୋହଲି ।
ହନ୍ଦୱାଡା ଏନକାଉଣ୍ଟରରେ ସହିଦ ଯବାନଙ୍କୁ କୋହଲିଙ୍କ ଶ୍ରଦ୍ଧାଞ୍ଜଳି - ସେନା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି
ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ହନ୍ଦୱାଡାରେ ସହିଦ ହୋଇଥିବା ସେନା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ହନ୍ଦୱାଡା ଏକକାଉଣ୍ଟରେ ସହିଦ ଯବାନଙ୍କୁ କୋହିଲଙ୍କ ଶ୍ରଦ୍ଧାଞ୍ଜଳି
ଉତ୍ତର କାଶ୍ମୀରର ହନ୍ଦୱାଡା ଅଞ୍ଚଳରେ ଆତଙ୍କବାଦୀଙ୍କ ମୁକାବିଲା କରୁଥିବାବେଳେ, 5ଜଣ ସୁରକ୍ଷା କର୍ମଚାରୀ ସହିଦ ହୋଇଛନ୍ତି । 21ରାଷ୍ଟ୍ରୀୟ ରାଇଫଲ ଟିମର 4ଜଣ ଯବାନଙ୍କ ସମେତ ଜଣେ ପୋଲିସ ସବ-ଇନିସପେକ୍ଟର ଆତଙ୍କବାଦୀଙ୍କ ସହ ଗୁଳିବିନିୟମ ହୋଇଥିଲା ।
5ଜଣଙ୍କ ମଧ୍ୟରେ ଜଣେ କଲନେଲ, ଜଣେ ମେଜର ଓ ଜଣେ ପୋଲିସ ଅଫିସର ଏହି ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ।