ନୂଆଦିଲ୍ଲୀ: ଏକ ସର୍ଭେ ରିପୋର୍ଟ ଅନୁଯାଇ 2020 ଭାରତୀୟ ଅଧିନାୟକ ବିରାଟ କୋହଲି ଅନଲାଇନରେ ସର୍ବାଧିକ ଖୋଜା ଯାଇଥିବା କ୍ରିକେଟର । ଅଧ୍ୟୟନରେ ଦର୍ଶାଯାଇଛି ଯେ କୋହଲିଙ୍କୁ ଜାନୁୟାରୀରୁ ଜୁନ୍ ମାସରେ ହାରାହାରି 16.2 ଲକ୍ଷ ଥର ଖୋଜା ଯାଇଛି ।
ଏହି ତାଲିକାର ଶ୍ରେଷ୍ଠ -10 ରେ ଥିବା ଅନ୍ୟ ଭାରତୀୟ କ୍ରିକେଟରମାନେ ହେଉଛନ୍ତି ରୋହିତ ଶର୍ମା (ସମାନ ସମୟ ମଧ୍ୟରେ ହାରାହାରି 9.7 ଲକ୍ଷ ଥର ଖୋଜା ଯାଇଛନ୍ତି), ମହେନ୍ଦ୍ର ସିଂ ଧୋନି (9.4), ହାର୍ଦ୍ଦିକ ପାଣ୍ଡ୍ୟା (7.1), ସଚିନ ତେନ୍ଦୁଲକର (6.7) ଏବଂ ଶ୍ରେୟାସ ଆୟର (4.1) |