ହାଇଦ୍ରାବାଦ: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଭାରତ ପାଇଁ ଏହି ଦଶନ୍ଧିର ଶ୍ରେଷ୍ଠ ପ୍ରଭାବଶାଳୀ ଖେଳାଳି ବିରାଟ କୋହଲି । ଏହା କହିଛନ୍ତି ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ସୁନୀଲ ଗାଭାସ୍କର ।
କୋହଲି ବର୍ଷ 2008ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଏଯାବତ ସେ 251 ଦିନିକିଆ ମ୍ୟାଚ ଖେଳିସାରିଥିବାବେଳେ, 12,040 ରନ ସଂଗ୍ରହ କରିଛନ୍ତି । ଏହି ସଫଳତମ କ୍ୟାରିୟରରେ 43ଟି ଶତକୀୟ ଇଂନିସ ସାମିଲ ରହିଛି ।
କୋହଲିଙ୍କ ନାମରେ ପୁରୁଷ ଟି-20ରେ 50.32 ହାରରେ ସର୍ବାଧିକ 2768 ରନ ରହିଛି । ସେହିପରି ଟି-20 ବିଶ୍ବକପ ମ୍ୟାଚରେ 86.33 ହାରରେ ସର୍ବାଧିକ 777 ରନ ରହିଛି । ଏଥିସହ ଚଳିତ ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଟି-20 ଖେଳାଳି ଆୱାର୍ଡ ପାଇଁ ମଧ୍ୟ ଚୟନ ହୋଇଛନ୍ତି ।
"ଯେବେ ଭାରତୀୟ ଦଳ ବଡ ସ୍କୋରର ପିଛା କରିଛି, ସଫଳତାର ସହ କୋହଲି ଭାରତକୁ ବିଜୟୀ କରାଇଥିବା ମ୍ୟାଚର ସଂଖ୍ୟାକୁ ଦେଖିଲେ କୋହଲି ଶ୍ରେଷ୍ଠ ବୋଲି ନିଃସନ୍ଦେହରେ କୁହାଯାଇପାରିବ ।" ଏହା କହିଛନ୍ତି ଗାଭାସ୍କର ।