ଓଡିଶା

odisha

ETV Bharat / sports

ଭାରତର ସାର୍ବଭୌମତ୍ବ ଅକ୍ଷୁର୍ଣ୍ଣ ଆହ୍ବାନରେ କୋହଲି ସାମିଲ, ସଚିନଙ୍କୁ ସମର୍ଥନ

ଭାରତରେ ଜାରି ରହିଥିବା କୃଷକ ଆନ୍ଦୋଳନ ନେଇ ଟ୍ବିଟ କରିବା ପରେ ଚର୍ଚ୍ଚାରେ ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା । ଅଧିକ ପଢନ୍ତୁ...

Kohli joins Tendulkar, calls for India's unity
ଭାରତର ସାର୍ବଭୌମତ୍ବ ଅକ୍ଷୁର୍ଣ୍ଣ ଆହ୍ବାନରେ କୋହଲି ସାମିଲ, ସଚିନଙ୍କୁ ସମର୍ଥନ

By

Published : Feb 4, 2021, 10:35 PM IST

ନୂଆଦିଲ୍ଲୀ: ଭାରତରେ ଜାରି ରହିଥିବା କୃଷକ ଆନ୍ଦୋଳନ ନେଇ ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଟ୍ବିଟ କରିବା ପରେ ବିଶ୍ବବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କ୍ରିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ କ୍ୟାପଟେନ ବିରାଟ କୋହଲି ପପ ଷ୍ଟାରଙ୍କୁ କାଉଣ୍ଟର କରିବା ସହ 'ଭାରତ ଏକତ୍ରିତ' ଡାକରାର ମଙ୍ଗ ଧରିଛନ୍ତି ।

ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନାଙ୍କ ଟ୍ବିଟ

ମଙ୍ଗଳବାର ରାତିରେ କୃଷକ ଆନ୍ଦୋଳନ ନେଇ ରିହାନା ଟ୍ବିଟରେ ଲେଖିଥିଲେ, "କାହିଁକି ଏହା ବାବଦରେ ଚର୍ଚ୍ଚା ହେଉନାହିଁ ?" ତେବେ ଭାରତର ଆଭ୍ୟନ୍ତରୀଣ ମାମଲାରେ ଅଯଥା ଟିପ୍ପଣୀ କରିବାପରେ କ୍ରିକେଟରଙ୍କ ସହ ଅନେକ ରାଜନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ସ୍ବର ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

ଭାରତର ସାର୍ବଭୌମତ୍ବ କ୍ଷୁର୍ଣ୍ଣ ହୋଇପାରିବ ନାହିଁ । ବିଦେଶୀ ଶକ୍ତି କେବଳ ଦର୍ଶକ ହେବା ଉଚିତ, ଅଂଶଗ୍ରହଣକାରୀ ନୁହେଁ । ଭାରତୀୟ ମାନଙ୍କ ପାଇଁ ଭାରତୀୟମାନେ ନିଷ୍ପତ୍ତି ନେଇପାରିବେ ବୋଲି ଭାରତୀୟମାନେ ଜାଣନ୍ତି । ତେନ୍ଦୁଲକର ଟ୍ବିଟ କରିବା ପରେ କୋହଲି ମଧ୍ୟ ଏହି ମର୍ମରେ ସଚିନଙ୍କ ସହ ସହମତି ପ୍ରକାଶ କରି ଟ୍ବିଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details