ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ର ସୂଚନାନୁସାରେ, ଅଲ୍ ଇଣ୍ଡିଆ ଲସ୍କର-ଏ-ତୋଇବା ଦେଶର 12 ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରିଛି । ସେଥିରେ କୋହିଲଙ୍କ ନାଁ ମଧ୍ୟ ସାମିଲ ଅଛି ।
ଆତଙ୍କବାଦୀଙ୍କ ଟାର୍ଗେଟରେ କୋହଲି, ସୁରକ୍ଷା ବ୍ୟବସ୍ଥା କଡାକଡି - ଅଲ୍ ଇଣ୍ଡିଆ ଲସ୍କର-ଏ -ତୋଏବା
ଅଲ୍ ଇଣ୍ଡିଆ ଲସ୍କର-ଏ -ତୋଏବା ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଏନଆଇଏ ପକ୍ଷରୁ ସୂଚନା । ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ନେଇ ଜଣା ପଡିଛି । ସେମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ନାଁ ରହିଛି ।
![ଆତଙ୍କବାଦୀଙ୍କ ଟାର୍ଗେଟରେ କୋହଲି, ସୁରକ୍ଷା ବ୍ୟବସ୍ଥା କଡାକଡି](https://etvbharatimages.akamaized.net/etvbharat/prod-images/768-512-4895820-thumbnail-3x2--.jpg)
kohli
ରିପୋର୍ଟ ଅନୁସାରେ, ବିରାଟଙ୍କ ନାଁ ଆତଙ୍କି ହିଟ ଲିଷ୍ଟରେ ଆସିବା ପରେ ବିସିସିଆଇ କୋହଲିଙ୍କ ସୁରକ୍ଷା ଦାୟିତ୍ବ କଡାକଡି କରିବା ପାଇଁ ସମୀକ୍ଷା କରିବ ।
ତେବେ ସେହି ହିଟ ଲିଷ୍ଟରେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଟାର୍ଗେଟ କରିବା ନେଇ ଯୋଜନା କରୁଥିବା ଜଣା ପଡିଛି ।
Last Updated : Oct 29, 2019, 3:14 PM IST