ଓଡିଶା

odisha

ETV Bharat / sports

‘ସବୁ ଫର୍ମାଟରେ କୋହଲି ବେଷ୍ଟ, କ୍ୟାପ୍ଟେନ୍ସି ଭାଗ କରିବାର ଆବଶ୍ୟକତା ନାହିଁ’ - ବିରାଟ କୋହଲି

କ୍ୟାପ୍ଟେନ୍ସି ବିଭାଜନ ଉପରେ ମତ ଦେଲେ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର । ବିରାଟ କୋହଲି ସମସ୍ତ ଫର୍ମାଟରେ ଶ୍ରେଷ୍ଠ ତେଣୁ କ୍ୟାପ୍ଟେନ୍ସି ଭାଗ କରିବାର ଆବଶ୍ୟକତା ନାହିଁ କହିଲେ ସଞ୍ଜୟ । ଅଧିକ ପଢ଼ନ୍ତୁ...

Kohli is excellent in all formats, no need for split captaincy,  Sanjay Manjrekar, ସବୁ ଫର୍ମାଟରେ କୋହଲି ବେଷ୍ଟ, କ୍ୟାପ୍ଟେନ୍ସି ଭାଗ କରିବାର ଆବଶ୍ୟକତା ନାହିଁ, ବିରାଟ କୋହଲି, ସଞ୍ଜୟ ମାଞ୍ଜରେକର
‘ସବୁ ଫର୍ମାଟରେ କୋହଲି ବେଷ୍ଟ, କ୍ୟାପ୍ଟେନ୍ସି ଭାଗ କରିବାର ଆବଶ୍ୟକତା ନାହିଁ’

By

Published : Jun 19, 2020, 7:06 PM IST

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ବିଶ୍ବାସ କରନ୍ତି ଯେ ଅଧିନାୟକତ୍ବ ନେଇ ବିରାଟ କୋହଲିଙ୍କ ଉପରେ ଚାପ ପଡ଼ୁଛି ଭାବି କ୍ୟାପ୍ଟେସି ଭାଗ କରିବାର ଆବଶ୍ୟକତା ନାହିଁ । କାରଣ କୋହଲି ସବୁଥିରେ ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି ।

ବିଶ୍ବର ଅନେକ ବଡ଼ ବଡ଼ ଟିମ ଭିନ୍ନ ଭିନ୍ନ ଫର୍ମାଟରେ ଭିନ୍ନ ଅଧିନାୟକ ରଖିଥାନ୍ତି । କିନ୍ତୁ ଭାରତ ସେଇ କମ ଟିମ ମାନଙ୍କ ମଧ୍ୟରେ ରହିଛି ଯାହାର ସମସ୍ତ ଫର୍ମାଟରେ ଗୋଟିଏ ହିଁ ଅଧିନାୟକ ।

ଅଷ୍ଟ୍ରେଲିଆ ଟେଷ୍ଟ ଟିମର ଅଧିନାୟକ ଟିମ ପେନ ହୋଇଥିବା ବେଳେ ଆରୋନ ଫିଞ୍ଚ ହ୍ବାଇଟ ବଲ କ୍ରିକେଟର ଦାୟିତ୍ବ ସମ୍ଭାଳନ୍ତି । ସେହିପରି ଇଂଲଣ୍ଡ ଟିମରେ ଟେଷ୍ଟ ଓ ଟି-20 ପାଇଁ ଅଧିନାୟକତ୍ବ କରନ୍ତି ଜୋ ରୁଟ କିନ୍ତୁ ଦିନିକିଆରେ ଅଧିନାୟକତ୍ବ କରନ୍ତି ଇଓନ ମର୍ଗାନ ।

ଦିନିକିଆ ଟିମର ଉପଅଧିନାୟକ ରୋହିତ ଶର୍ମାଙ୍କ ଚମତ୍କାର କ୍ୟାପ୍ଟେନ୍ସି ସ୍କିଲ ପାଇଁ ଖାସ କରି ଆଇପିଏଲରେ ତାଙ୍କର ବିଚକ୍ଷଣତା ଯୋଗୁଁ ଅନେକ ସମୟରେ କ୍ୟାପ୍ଟେନ୍ସି ଭାଗ କରିବା ନେଇ ଚର୍ଚ୍ଚା ହୋଇଥାଏ କିନ୍ତୁ ସଞ୍ଜୟ ମାଞ୍ଜରେକର କହିଛନ୍ତି ଯେ ଏହାର କୌଣସି ଆବଶ୍ୟକତା ନାହିଁ ।

‘‘ବିଭାଜିତ ଅଧିନାୟକତ୍ବ ଉପରେ ମୋର ମତ ହେଉଛି ଆପଣ କେବେ ବିଭାଜିତ କ୍ୟାପ୍ଟେନ ଖୋଜିବାକୁ ଯାଆନ୍ତି ନାହିଁ,’’ ବୋଲି ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ମାଞ୍ଜରେକର ।

‘‘ଯଦି ଆପଣ ସେତେ ଭାଗ୍ୟବାନ ଯେ ଆପଣଙ୍କ ପାଖରେ ଏମିତି ଜଣେ ଅଧିନାୟକ ଅଛନ୍ତି ଯିଏ ସମସ୍ତ ଫର୍ମାଟରେ ଶ୍ରେଷ୍ଠ ଅଟନ୍ତି, ଶ୍ରେଷ୍ଠ ପ୍ରଦର୍ଶନ କରନ୍ତି ତେବେ ଆପଣଙ୍କୁ କ୍ୟାପ୍ଟେନ୍ସି ଭାଗ କରିବାର କୌଣସି ଆବଶ୍ୟକତା ନାହିଁ । ଆଉ କୋହଲି ସମସ୍ତ ଫର୍ମାଟରେ ବିଚକ୍ଷଣ ଅଟନ୍ତି ।’’

‘‘ଭବିଷ୍ୟତରେ ଏମିତି ଏକ ସମୟ ଆସିପାରେ ଯେବେ ଭାରତୀୟ ଟିମ ଏହା କରିପାରେ କିନ୍ତୁ ଆପଣ ଏମିତି କିଛି କରିବାକୁ ଚାହାନ୍ତି ନାହିଁ । ଯଦି ଏମିତି ପରିସ୍ଥିତି ଥାଏ ଜଣେ ଖେଳାଳି ଖୁବ ଭଲ ଟେଷ୍ଟ ଅଧିନାୟକ ଓ ଟେଷ୍ଟ ଖେଳାଳି କିନ୍ତୁ 50 ଓଭର କ୍ରିକେଟରେ ସେ ଭଲ ପ୍ରଦର୍ଶନ କରୁନାହିଁ ତେବେ ଆପଣ ଭିନ୍ନ ଅଧିନାୟକ କଥା ଭାବିବେ କିନ୍ତୁ ମୁଁ ଭାବୁଛି ଭାରତ ଉପରେ ବର୍ତ୍ତମାନ ଆଶୀର୍ବାଦ ରହିଛି ।’’

‘‘ପୂର୍ବରୁ ଧୋନି ମଧ୍ୟ ସମସ୍ତ ଫର୍ମାଟରେ ଅଧିନାୟକତ୍ବ କରୁଥିଲେ କାରଣ ସେ ସମସ୍ତ ଫର୍ମାଟରେ ଖୁବ ଭଲ ଥିଲେ ।’’

@IANS

ABOUT THE AUTHOR

...view details