ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଲକଡାଉନ ଯୋଗୁଁ କ୍ରିକେଟ ସମେତ ସମସ୍ତ କ୍ରୀଡା ଇଭେଣ୍ଟ ବନ୍ଦ ରହିଛି । ସୋସିଆଲ ମିଡିଆରେ ସମୟ କାଟୁଛନ୍ତି କ୍ରିକେଟର । ଭାରତୀୟ କ୍ୟାପଟେନ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର ଭେଟେରାନ କ୍ରିକେଟର ଏବି ଡିଭିଲିୟର୍ସ, ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ନେଇ ମିଳିତ ଦିନିକିଆ ଟିମ ଚୟନ କରିଛନ୍ତି । ଏହି ଟିମର କ୍ୟାପଟେନ ରହିଛନ୍ତି ମହେନ୍ଦ୍ର ସିଂ ଧୋନି ।
ଭାବେ ରୋହିତ ଶର୍ମା ଓ ମହାନ ସଚିନ ତେନ୍ଦୁଲକର ଏହି ଟିମର ଓପନିଂ ଯୋଡି ରହିଛନ୍ତି । ଏହାପରେ ବିରାଟ କୋହଲି 3ୟ ଓ ଏବି ଡିଭିଲିୟର୍ସ 4ର୍ଥ ସ୍ଥାନରେ ବ୍ୟାଟିଂ ପାଇଁ ରହିଛନ୍ତି । ଅଲରାଉଣ୍ଡର ଜ୍ୟାକ କାଲିସ ଓ ଯୁବରାଜ ସିଂଙ୍କୁ ଚୟନ କରାଯାଇଛି । ମହେନ୍ଦ୍ର ସିଂ ଧୋନି ଏହି ଟିମର ୱିକେଟ କିପର ସହ କ୍ୟାପଟେନ ରହିଛନ୍ତି ।
ବୋଲିଂ ବିଭାଗରେ ୟୁଜଭେନ୍ଦ୍ର ଚହଲ, ଡେଲ୍ ଷ୍ଟେନ, ଜଶପ୍ରିତ ବୁମରା ଓ କାଗିସୋ ରବାଡା ରହିଛନ୍ତି । 2011ବିଶ୍ବକପ ବିଜୟୀ ଟିମ ଇଣ୍ଡିଆ କୋଚ ଦକ୍ଷିଣ ଆଫ୍ରିକାର ଗ୍ୟାରୀ କିଷ୍ଟର୍ଣ୍ଣ ଏହି ଟିମର କୋଚ ରହିଛନ୍ତି ।