ଓଡିଶା

odisha

ETV Bharat / sports

'ଡେଥ ଓଭରରେ ବୁମରା ଖତରନାକ'

ଭାରତ ଗତକାଲି ମ୍ୟାଚରେ ପରାସ୍ତ ହୋଇଥିଲା । କିନ୍ତୁ ଯଶପ୍ରୀତ ବୁମରାଙ୍କ ଚତ୍ମକାର ବୋଲିଂ ସମସ୍ତଙ୍କ ମନ ଜିଣି ନେଇଥିଲା ।

By

Published : Feb 27, 2019, 9:42 PM IST

ଫାଇଲ ଫଟୋ

ବିଶାଖାପାଟନମ: ପ୍ରଥମ ଟ୍ୱେଣ୍ଟି20 ମ୍ୟାଚରେ ଭାରତକୁ 3 ୱିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟ ସହ ଗସ୍ତ ଆରମ୍ଭ କରିଛି । ଭାରତର 126 ରନ ଜବାବରେ ଭ୍ରମଣକାରୀ ଦଳ ଶେଷ ବଲରେ ବିଜୟ ହାସଲ କରିନେଇଥିଲା । ତେବେ ଏହି ମ୍ୟାଚ ପରେ ଉଭୟ ଦଳର ଅଧିନାୟକ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ।

ସୂଚନା ଅନୁସାରେ ଶେଷ 2 ଓଭରରେ କଙ୍ଗାରୁ ଦଳକୁ ବିଜୟ ପାଇଁ 16 ରନ ଆବଶ୍ୟକ ଥିବାବେଳେ ବୁମରା ବୋଲିଂ କରିଥିବା 19 ତମ ଓଭରରେ 2ଟି ୱିକେଟ ନେଇ ମାତ୍ର 2 ରନ ଦେଇଥିଲେ । ଫଳରେ ଶେଷ ଓଭରରେ ବିଜୟ ପାଇଁ ଆଉ 14 ରନ ଆବଶ୍ୟକ ଥିବାବେଳେ ଅଷ୍ଟ୍ରେଲିଆ ଏହାକୁ ହାସଲ କରିନେଇଥିଲା । କିନ୍ତୁ ବୁମରାଙ୍କ ବୋଲିଂର ସମସ୍ତେ ତାରିଫ କରିଥିଲେ । ମ୍ୟାଚ ପର ସାମ୍ୱାଦିକ ସମ୍ମିଳନୀରେ କୋହଲି କହିଥିଲେ ଯେ ଯଦି ବଲ ରିଭର୍ସ କରୁଥିବ ତେବେ ବୁମରାଙ୍କୁ ସାମ୍ନା କରିବା କଷ୍ଟକର ହୋଇପଡିବ ।

ଏହାସହ ସେ ଗତକାଲି ମ୍ୟାଚରେ ବୋଲରଙ୍କ ପ୍ରଦର୍ଶନର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ସ୍କୋର ମାତ୍ର ଅଳ୍ପ ଥିବାବେଳେ ବୋଲର ଏପରି ପ୍ରଦର୍ଶନ କରିବେ ସେ ଭାବିନଥିଲେ । କିନ୍ତୁ ବୁମରା ଚତ୍ମକାର ବୋଲିଂ କରିଥିଲେ । ରିଭର୍ସ ସ୍ୱିଙ୍ଗ ହେଲେ ବୁମରା ନିଜର ଶ୍ରେଷ୍ଠ ଦେଇଥାନ୍ତି । ଏପରିକି ଯୁବ ବୋଲର ମୟଙ୍କ ମର୍କନ୍ଦେଙ୍କର ମଧ୍ୟ ସେ ପ୍ରଶଂସା କରିବା ସହ 17ତମ ଓଭରରେ ସେ ଭଲ ବୋଲିଂ କରିଥିବା କହିଛନ୍ତି ।

ତେବେ ବ୍ୟାଟିଂ ନେଇ କୋହଲି ଅସନ୍ତୁଷ୍ଟ ଥିବା ସୂଚନା ଦେଇଛନ୍ତି । ଏଭଳି ପିଚରେ 150 ରନରୁ କମ ସ୍କୋର ଟାର୍ଗେଟ ଦେବା ଠିକ ନଥିଲା । ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ କିଛି ସମୟ କ୍ରିଜରେ ବିତାଇବାର ଥିଲା । ଓପନର ରାହୁଲ ଭଲ ଖେଳିଥିବାବେଳେ କୋହଲିଙ୍କ ସହ ତାଙ୍କର ପାର୍ଟନରସିପ ଭଲ ଥିଲା । ଏହା ଯଦି ଆଉ ଅଳ୍ପ ସମୟ ଚାଲିଥାନ୍ତା ତେବେ ସେମାନେ 150 ଛୁଇଁଥାନ୍ତେ ଯାହା ଏହି ପିଚ ପାଇଁ ଏକ ମ୍ୟାଚ ୱିନିଙ୍ଗ ସ୍କୋର ବୋଲି କୋହଲି କହିଛନ୍ତି । ତେବେ ସେ ଅଷ୍ଟ୍ରେଲିଆର ପ୍ରଶଂସା କରିବା ସହ ସେମାନେ ଉତ୍ତମ ପ୍ରଦର୍ଶନ କରି ଜିତିଛନ୍ତି ବୋଲି କହିଥିଲେ ।

କଙ୍ଗାରୁ ଅଧିନାୟକ ଆରୋନ ଫିଞ୍ଚ ମଧ୍ୟ ବୁମରାଙ୍କ ତାରିଫ କରି ଡେଥ ଓଭରରେ ତାଙ୍କୁ ଖେଳିବା କଷ୍ଟକର ବୋଲି କହିଛନ୍ତି । ବୁମରା ଯେତେବେଳେ ନିଜ ଶ୍ରେଷ୍ଠ ଦିଅନ୍ତି ସେତେବେଳେ ତାଙ୍କ ୟର୍କରକୁ ସାମନା କରିବା କାଠିକର ପାଠ ହୋଇଯାଏ । ଏହାସହ ସେ ନିଜ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରି କହିଛନ୍ତି ଯେ ବଲ ବ୍ୟାଟ ଉପରକୁ ଠିକ ଭାବେ ଆସୁନଥିଲା । ମାତ୍ର ସେମାନେ ସମସ୍ତେ ସଦ୍ୟ ସମାପ୍ତ ବିବିଏଲରେ ଖେଳିଥିବାରୁ ଏପରି ପରିସ୍ଥିତି ସହ ସଠିକ ଭାବେ ଖାପ ଖୁଆଇପାରିଲେ । ତେବେ ସିରିଜ ଜିତିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି ।

ABOUT THE AUTHOR

...view details