ଦୁବାଇ:ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ରାକିଂରେ ଗୋଟିଏ ସ୍ଥାନ ଉପରକୁ ଉଠିଲେ ଭାରତୀୟ କ୍ୟାପଟେନ ବିରାଟ କୋହଲି । ଆଇସିସି ପକ୍ଷରୁ ସଦସ୍ୟ ପ୍ରକାଶିତ ତାଲିକାରେ କୋହଲି 886 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।
ଅନ୍ୟପଟେ ଶୀର୍ଷ 10 ସ୍ଥାନ ମଧ୍ୟରେ ଚେତେଶ୍ବର ପୂଜାରା ଓ ଟେଷ୍ଟ ଭାଇସ-କ୍ୟାପଟେନ ଅଜିଙ୍କ୍ୟ ରାହାଣେ ସ୍ଥାନ ପାଇଛନ୍ତି । ଫଳରେ ବ୍ୟାଟ୍ସମ୍ୟାନ ତାଲିକାରେ କୋହଲିଙ୍କ ସହ ଶୀର୍ଷ 10 ସ୍ଥାନ ମଧ୍ୟରେ ଭାରତର 3ଜଣ ଭାରତୀୟ ରହିଛନ୍ତି । ଅଷ୍ଟ୍ରେଲିଆ କ୍ୟାପଟେନ ଷ୍ଟିଭ ସ୍ମିଥ 911 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି ।
ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ଗୋଟିଏ ସ୍ଥାନ ତଳକୁ ଖସି 877 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।