ହାଇଦ୍ରାବାଦ୍: ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବିରାଟ କୋହଲି ଦେଶ ପାଇଁ ଥିବା କର୍ତ୍ତବ୍ୟ ସମ୍ଭବତଃ ସମ୍ପନ୍ନ କରିପାରିବେ ନାହିଁ । କାରଣ ବିରାଟ ନିଜର ମୁମ୍ବାଇସ୍ଥିତ ନିବାସ ଠିକଣାରୁ ଭୋଟର କାର୍ଡ ତିଆରି କରିବାରୁ ବଞ୍ଚିତ ଅଛନ୍ତି । ଫଳରେ ତାଙ୍କର ନାଁ ଭୋଟିଂ ଲିଷ୍ଟରେ ଆସି ନାହିଁ ।
ସୂଚନାମୁତାବକ, ସେ ମୁମ୍ବାଇରୁ ଭୋଟର କାର୍ଡ ବନେଇବା ପାଇଁ ଅନ୍ଲାଇଲ୍ ଆବେଦନ କରିଥିଲେ । ମାତ୍ର ସେତେବେଳକୁ ଅନ୍ଲାଇନ୍ରେ ଆବେଦନ ତାରିଖର ସମୟସୀମା ସମାପ୍ତ ହୋଇ ସାରିଥିଲା । ତେବେ ଭୋଟର କାର୍ଡ ଆବେଦନର ଅନ୍ତିମ ତାରିଖ 30ମାର୍ଚ୍ଚ ଥିଲା । ତେବେ ଏନେଇ ବିରାଟ ତାଙ୍କ ନାଁ ଭୋଟର ଲିଷ୍ଟରେ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ବାଚନ ଆୟୋଗ ସହ ସଂପର୍କ କରିଥିଲେ, କିନ୍ତୁ ସେ ଡେଡ୍ ଲାଇନ୍ ମିସ୍ କରିଥିବା କହିଛନ୍ତି ନିର୍ବାଚନ ଆୟୋଗ ।