ଓଡିଶା

odisha

ETV Bharat / sports

କ୍ୟାପ୍ଟେନ କୋହଲିଙ୍କ ରେକର୍ଡ: 9000 ରନ କରିବାରେ ଦ୍ରୁତ ଅଧିନାୟକ - Sports

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 2ୟ ଦିନିକିଆରେ କ୍ୟାପ୍ଟେନ କୋହଲି କରିଛନ୍ତି ଏକ ରେକର୍ଡ । ସେ ଅନ୍ତର୍ଜାତୀୟ କ୍ରିକେଟରେ 9000 ରନ ପୂରଣ କରିବାରେ ଦ୍ରୁତତମ ଅଧିନାୟକ ହୋଇଥିଲେ । ଏହିକ୍ରମରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ପଛରେ ପକାଇଥିଲେ ।

ଫାଇଲ ଫଟୋ

By

Published : Mar 6, 2019, 3:31 PM IST

ନାଗପୁର: ରେକର୍ଡ ସୃଷ୍ଟି କରିବା ଯେପରି ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଏକ ଅଭ୍ୟାସ ପାଲଟିଯାଇଛି । ପ୍ରତିଟି ସିରିଜରେ ସେ କିଛି ନା କିଛି ରେକର୍ଡ କରୁଛନ୍ତି ଅଥବା ଭାଙ୍ଗୁଛନ୍ତି । ଏହିକ୍ରମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 2ୟ ଦିନିକିଆରେ କ୍ୟାପ୍ଟେନ କୋହଲି କରିଛନ୍ତି ଏକ ରେକର୍ଡ ।

ଗତକାଲି ନାଗପୁରରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ 8 ୱିକେଟରେ ବିଜୟ ଲାଭ କରିଥିଲା । ଏହି ମ୍ୟାଚରେ କୋହଲି ନିଜ 40ତମ ଦିନିକିଆ ଶତକ ହାସଲ କରିଥିଲେ । ଏହି ଅବସରରେ ସେ ଅନ୍ତର୍ଜାତୀୟ କ୍ରିକେଟରେ 9000 ରନ ପୂରଣ କରିବାରେ ଦ୍ରୁତତମ ଅଧିନାୟକ ହୋଇଥିଲେ । ଏହିକ୍ରମରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ପଛରେ ପକାଇଥିଲେ ।

ପଣ୍ଟିଂ 204ଟି ଇଂନିସରେ ଏହି ରେକର୍ଡ କରିଥିବାବେଳେ କୋହଲି ମାତ୍ର 159ଟି ଇଂନିସରେ ଏହା ହାସଲ କରିଛନ୍ତି । ଏହାସହ ସେ ଏପରି କରିବାରେ ବିଶ୍ବର 6ଷ୍ଠ ଖେଳାଳି ହୋଇଥିଲେ । ତାଙ୍କ ପୂର୍ବରୁ ପଣ୍ଟିଂଙ୍କ ଛଡା ଅଷ୍ଟ୍ରେଲିଆର ଆଲାନ ବର୍ଡର(257 ଇଂନିସ), ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ(220 ଇଂନିସ), ନ୍ୟୁଜିଲାଣ୍ଡର ଷ୍ଟିଫେନ ଫ୍ଲେମିଂ(272ଟି ଇଂନିସ) ଏବଂ ଭାରତର ମହେନ୍ଦ୍ର ସିଂ ଧୋନି(253) ଏହି କୃତିତ୍ବ ହାସଲ କରିଥିଲେ ।

ଏହି ଶତକ କୋହଲିଙ୍କ ଅନ୍ତର୍ଜାତୀୟ କ୍ରିକେଟରେ 65 ତମ ଶତକ । ଅଷ୍ଟ୍ରେଲିଆ ବିରୋଧରେ ଏହା 7ମ । ତେବେ ଏହା ଦିନିକିଆରେ 2ୟ ଥର ହୋଇଛି ଯେତେବେଳେ କୋହଲି ଶତକ ହାସଲ କରିଛନ୍ତି ଆଉ ଭାରତ ସର୍ବନିମ୍ନ ସ୍କୋର କରିଛି । ଏହା ପୂର୍ବରୁ ଗତବର୍ଷ ୱେଷ୍ଟଇଣ୍ଡିଜ ବିରୋଧରେ ଭାରତ 240 ରନ କରିଥିଲା ଏବଂ କୋହଲି ଉକ୍ତ ମ୍ୟାଚରେ 107 ରନ କରିଥିଲେ ।

ABOUT THE AUTHOR

...view details