ଓଡିଶା

odisha

ETV Bharat / sports

ସଂଘର୍ଷର କାହାଣୀ 'ଶେଫାଳି': ଚିରା ଗ୍ଳୋବ୍ସରୁ ଭାରତୀୟ ବିଶ୍ବକପ ଖେଳାଳି - woman cricketer shafali verma news

ଆଇିସିସି ମହିଳା ଟି20 ବିଶ୍ବକପ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରେ ହରିୟାଣାର ଯୁବ କ୍ରିକେଟର ଶେଫାଳି ବର୍ମାଙ୍କୁ ସ୍ଥାନ ମିଳିଛି । ଏହାପରେ ତାଙ୍କ ବାପା ସଞ୍ଜୀବ ବର୍ମା ପ୍ରତିକୂଳ ପରିସ୍ଥିତିରେ ଶେଫାଳି ପିନ୍ଧି ଖେଳିଥିବା ଚିରା ଗ୍ଳୋବ୍ସକୁ ଦେଖ ଭାବବିହ୍ବଳ ହୋଇଛନ୍ତି । ଅଧିକ ପଢନ୍ତୁ...

shafali verma Indian woman cricketer
ସଂଘର୍ଷର କାହାଣୀ 'ଶେଫାଳି'

By

Published : Jan 13, 2020, 10:34 AM IST

Updated : Jan 13, 2020, 2:31 PM IST

ହରିୟାଣା: ସଂଘର୍ଷ ହିଁ ସଫଳତାର ଚାବିକାଠି । ଦୃଢ ମନୋବଳ ହିଁ ସଫଳତାର ଶିଖର ପର୍ଯନ୍ତ ବାଟ ବଢେଇଥାଏ । ଏହାକୁ ପ୍ରମାଣିତ କରିଦେଖାଇଛନ୍ତି ଟିମ ଇଣ୍ଡିଆର ଯୁବ ମହିଳା କ୍ରିକେଟର ଶେଫାଳି ବର୍ମା । ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ମହିଳା ଟି20 ବିଶ୍ବକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଶେଫାଳି । ଏହି ଖବର ଜାଣିବା ପରେ ଶେଫାଳିଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

ଶେଫାଳି ବର୍ମାଙ୍କ ସଂଘର୍ଷମୟ କାହାଣୀ

ଶେଫାଳିଙ୍କ ବାପା ସଞ୍ଜୀବ ବର୍ମା ଏହି ଖବର ଶୁଣିବା ପରେ ଭାବବିହ୍ବଳ ହୋଇପଡିଥିଲେ । ପାଖରେ ଝିଅ ପାଇଁ ବ୍ୟାଟ କିଣିବାକୁ ଟଙ୍କା ନଥିଲା । ଟାଣ ବଲକୁ କୁନି ହାତରେ ଖେଳିବାକୁ ଗଲାବେଳେ ଝିଅକୁ ଭଲ ଗ୍ଳୋବ୍ସ ଦେଇପାରିନଥିଲେ । ମାତ୍ର କେବେ ଝିଅ ଅଭିମାନ କରିନି କି ଦାବି କରି ମାଗିନି । ଘରର ଅଭାବି ପରିସ୍ଥିତିକୁ ବୁଝି ନିଜ ମନକୁ ବୁଝେଇଦେଇଛି। ସେଇ ପୁରୁଣା ଚିରାଫଟା ଗ୍ଳୋବ୍ସ ପିନ୍ଧି ମ୍ୟାଚ ଖେଳିବାକୁ ବାହାରିଯାଇଛି । କାଳେ ସାଥି ଖେଳାଳି ଦେଖିନେବେ ସେଥିପାଇଁ କ୍ରିକେଟ ବ୍ୟାଗ ଭିତରେ ହାତ ରଖି ଗ୍ଳୋବ୍ସ ପିନ୍ଧିବା କାମ ସାରିଦେଇଛି । ଯୁବ ମହିଳା କ୍ରିକେଟର ଶେଫାଳି ବର୍ମାଙ୍କ ଏମିତି କିଛି ସଂଘର୍ଷମୟ କାହାଣୀକୁ ନିଜେ ବଖାଣିଛନ୍ତି ବାପା ସଞ୍ଜୀବ ବର୍ମା । ସମୟ ଥିଲା ପକେଟରେ ମାତ୍ର 280 ଟଙ୍କା ଥିଲା । ସେବେ ସେ ଝିଅକୁ ନୂଆ ଗ୍ଳୋବ୍ସ କିଣିଦେବାକୁ ସଂପୂର୍ଣ୍ଣ ଅକ୍ଷମ ଥିଲେ କହିଛନ୍ତି । ତେବେ ଶେଫାଳି ଭାରତୀୟ ବିଶ୍ବକପ ଦଳରେ ସ୍ଥାନପାଇବା ପରେ ଝିଅ ପାଇଁ ଗର୍ବିତ ବୋଲି କହିଛନ୍ତି ତାଙ୍କ ବାପା । ଏଥିସହିତ ସେହି ପୂରୁଣା ଦିନରେ ଶେଫାଳି ଖେଳିଥିବା ଚିରାଫଟା ଗ୍ଳୋବ୍ସକୁ ଦେଖି ଭାବୁକ ହୋଇଛନ୍ତି ।

ଭାରତୀୟ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଏକ ଦୀର୍ଘଦିନର ରେକର୍ଡ ଭାଙ୍ଗିସାରିଛନ୍ତି ଶେଫାଳି । ସେ ମାତ୍ର 15 ବର୍ଷ 285 ଦିନରେ ଅନ୍ତଜାର୍ତୀୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ରେକର୍ଡର ଅଧିକାରୀ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ 49 ବଲରୁ 73 ରନର ଧୁଆଁଧାର ଇଂନିସ ଖେଳିଥିଲେ ଶେଫାଳି । ନିକଟରେ ବାରବାଟୀରେ ଖେଳାଯାଇଥିବା ମହିଳା ଚ୍ୟାଲେଞ୍ଜର ଟ୍ରଫି ଫାଇନାଲରେ 48ବଲରୁ ଅପରାଜିତ 89 ରନ କରିଥିଲେ । ଏହି ଇଂନିସରେ 15 ଚୌକା ଓ 2 ଆକର୍ଷଣୀୟ ଛକା ସାମିଲ ରହିଛି । ବିସିସିଆଇ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ମହିଳା କ୍ରିକେଟର ବର୍ଗରେ ଶେଫାଳିଙ୍କୁ ମିଳିଛି ଶ୍ରେଷ୍ଠ ଅନ୍ତର୍ଜାତୀୟ ଡେବ୍ୟୁ ଆୱାର୍ଡ ।

Last Updated : Jan 13, 2020, 2:31 PM IST

ABOUT THE AUTHOR

...view details