ଓଡିଶା

odisha

ETV Bharat / sports

କେଏନ ଅନନ୍ତପଦ୍ମନାଭନ ଆଇସିସିର ଅନ୍ତର୍ଜାତୀୟ ଅମ୍ପାୟାର ପ୍ୟାନେଲକୁ ଉନ୍ନିତ - କେରଳ ଲେଗସ୍ପିନର କେଏନ ଅନନ୍ତପଦ୍ମନାଭନ

4ର୍ଥ ଭାରତୀୟ ଅମ୍ପାୟର ଭାବେ ପୂର୍ବତନ କେରଳ ଲେଗସ୍ପିନର କେଏନ ଅନନ୍ତପଦ୍ମନାଭନ ଆଇସିସିର ଅନ୍ତର୍ଜାତୀୟ ଅମ୍ପାୟାର ପ୍ୟାନେଲକୁ ଉନ୍ନିତ ।

KN Ananthapadmanabhan promoted to ICC's international panel of umpires
କେଏନ ଅନନ୍ତପଦ୍ମନାଭନ ଆଇସିସିର ଅନ୍ତର୍ଜାତୀୟ ଅମ୍ପାୟାର ପ୍ୟାନେଲକୁ ଉନ୍ନିତ

By

Published : Aug 10, 2020, 10:41 PM IST

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ଅନ୍ତର୍ଜାତୀୟ ଅମ୍ପାୟାର ପ୍ୟାନେଲକୁ ଉନ୍ନିତ ହୋଇଛନ୍ତି ପୂର୍ବତନ କେରଳ ଲେଗସ୍ପିନର କେଏନ ଅନନ୍ତପଦ୍ମନାଭନ ।

ଅନନ୍ତପଦ୍ମନାଭନ 4ର୍ଥ ଭାରତୀୟ ଅମ୍ପାୟର ଭାବେ ଅନ୍ତର୍ଜାତୀୟ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି । ନିବିନ ମେନନ ଆଇସିସିର ଅନ୍ୟଏକ ପ୍ୟାନେଲକୁ ଉନ୍ନିତ ହେବାପରେ ଏହି ସ୍ଥାନ କାଲି ରହିଥିଲା ।

ଅନ୍ତର୍ଜାତୀୟ ଅମ୍ପାୟାର ପ୍ୟାନେଲରେ ଥିବା ଅନ୍ୟ 3 ଭାରତୀୟ ଅମ୍ପାୟରଙ୍କ ମଧ୍ୟରେ, ସି ସାମସୁଦ୍ଦିନ, ଅନିଲ ଚୈଧୁରୀ ଓ ବିରେନ୍ଦ୍ର ଶର୍ମା ରହିଛନ୍ତି ।

ଅନନ୍ତପଦ୍ମନାଭନ ଆଇପିଏଲ ସମେତ ଭାରତରେ ଖେଳାଯାଇଥିବା ଘରୋଇ ଟୁର୍ଣ୍ଣାମେଣ୍ଟ, ମହିଳା ଲିଷ୍ଟ ଏ ଟି-20 ଗେମ୍ସ, ଓ ଇଂଲଣ୍ଡ ଲାୟନ୍ସ ମ୍ୟାଚ ପରିଚାଳନାର ଅଭିଜ୍ଞତା ରହିଛି ।

କେରଳ ପକ୍ଷରୁ ବର୍ଷ 1988ରୁ 2004 ମଧ୍ୟରେ ସେ 105ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ମଧ୍ୟ ଖେଳିଛନ୍ତି । ଏଥିସହିତ ରଣଜୀ ଟ୍ରଫିରେ ରାଜ୍ୟର ପ୍ରଥମ ଖେଳାଳି ଭାବେ ସେ 2000 ରନ ଓ 200 ୱିକେଟ ହାସଲ କରିଥିଲେ ।

ABOUT THE AUTHOR

...view details