ଓଡିଶା

odisha

ETV Bharat / sports

ରାହୁଲ ନୁହଁନ୍ତି ରୋହିତ କରିବେ ଟେଷ୍ଟରେ ଓପନିଂ! - ଟେଷ୍ଟରେ ଓପନିଂ

ଲୋକେଶ ରାହୁଲଙ୍କ ବିଫଳତା ହିଁ ରୋହିତଙ୍କୁ ଟେଷ୍ଟରେ ଓପନିଂ କରିବାକୁ ସୁଯୋଗ ଦେବ । ଏମିତି ମତ ରଖିଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ।

ଡିଜାଇନ ଫଟୋ

By

Published : Sep 5, 2019, 11:23 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟେଷ୍ଟ ସିରିଜକୁ 2-0ରେ ଜିତିନେଇଛି । ବ୍ୟାଟିଂରେ କମାଲ କରିଥିଲେ କ୍ୟାପଟେନ କୋହଲି, ଅଜିଙ୍କ୍ୟ ରାହାଣେ ଓ ଯୁବ ବ୍ୟାଟ୍ସମ୍ୟାନ ହନୁମା ବିହାରୀ । ଏମିତିକି ବୋଲର ଇଶାନ୍ତ ଶର୍ମା ମଧ୍ୟ ଏକ ଆକର୍ଷଣୀୟ ଅର୍ଧଶତକୀୟ ଇନିଂସ ଖେଳିଥିଲେ । ମାତ୍ର ଓପନର ଲୋକେଶ ସଂପୂର୍ଣ୍ଣ ଫେଲ ମାରିଥିଲେ ।

ରାହୁଲଙ୍କ ବିଫଳତା ହିଁ ରୋହିତଙ୍କୁ ଟେଷ୍ଟରେ ଓପନିଂ କରିବାକୁ ସୁଯୋଗ ଦେବ । ଏମିତି ମତ ରଖିଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି ସିରିଜ ଆରମ୍ଭରୁ ଫର୍ମରେ ଥିବା ରୋହିତଙ୍କୁ ଟେଷ୍ଟରେ ଓପନିଂ କରାଇବା ଉଚିତ ବୋଲି କହିଥିଲେ ।

ପ୍ରଥମ ଟେଷ୍ଟରେ ଉଭୟ ପାଳିରେ ଯଥାକ୍ରମେ 44 ଓ 38 ରନର ପାଳି ଖେଳଥିଲେ ରାହୁଲ । 2ୟ ଟେଷ୍ଟର ଉଭୟ ପାଳିରେ 13 ଓ 6 ରନ କରି ବିଫଳ ହୋଇଥିଲେ । ତେବେ ଟିମ ଇଣ୍ଡିଆର ବିଶ୍ବକପ ହିରୋ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିଥିଲା । ମାତ୍ର ଚୂଡାନ୍ତ ଏକାଦଶରେ ରୋହିତ ସୁଯୋଗ ପାଇନଥିଲେ । ରୋହିତ ବିଶ୍ବକପରେ 5ଟି ଶତକ ସହ ସର୍ବାଧିକ 648 ରନ କରିଥିଲେ ।

ABOUT THE AUTHOR

...view details