ଓଡିଶା

odisha

ETV Bharat / sports

'ଚହଲ ଟିଭି'ରେ ରାହୁଲ-ଚହଲଙ୍କ ମସ୍ତି

ଇଣ୍ଡିଜ ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ବିରାଟ ବାହାନୀ 6 ଓ୍ବିକେଟରେ ବିଜୟ ହାସଲ କରିଛି । ତେବେ ମ୍ୟାଚ ପରେ ସ୍ପିନର ୟଜୁବେନ୍ଦ୍ର ଚହଲଙ୍କ ସହ କେଏଲ ରାହୁଲ 'ଚହଲ ଟିଭି'ରେ ନିଜର ପାଳି ସମ୍ପର୍କରେ ଆଲୋଚନା କରିଥିଲେ ।

By

Published : Dec 7, 2019, 9:04 PM IST

cricket
cricket

ହାଇଦ୍ରାବାଦ: ଭାରତୀୟ ଟିମ ଇଣ୍ଡିଜ ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ 6 ଓ୍ବିକେଟରେ ବିଜୟ ହାସଲ କରିଛି । ଏହି ମ୍ୟାଚରେ କୋହଲି ଓ କେଏଲ ରାହୁଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ତେବେ ମ୍ୟାଚ ପରେ ସ୍ପିନର ୟଜୁବେନ୍ଦ୍ର ଚହଲଙ୍କ ସହ କେଏଲ ରାହୁଲ 'ଚହଲ ଟିଭି'ରେ ନିଜର ପାଳି ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଆଲୋଚନା ସମୟରେ ଉଭୟ ଥଟ୍ଟାମଜା କରୁଥିବାର ଦେଖିବାକୁ ମିଳିଥିଲା ।

ରାହୁଲ ଏହି ମ୍ୟାଚରେ 62ରନର ପାଳି ଖେଲିଥିଲେ । ଏଥିସହ ଟି-20 କ୍ୟାରିଅରରେ 1000ରନ ପୂରା କରିଛନ୍ତି । ତେବେ ଚହଲ ଟିଭିରେ କଥାବାର୍ତ୍ତା ସମୟରେ ଚହଲ ରାହୁଲଙ୍କୁ ପଚାରିଥିଲେ, ଏବେ ତମେ 1000ରନ କରିସାରିଛ । ତମେ ଜାଣିଛ କି ତମେ ଟି-20 ଫର୍ମାଟରେ ମୋ ଠାରୁ କେତେ ରନ ଆଗରେ ଅଛ । ରାହୁଲ କହିଥିଲେ, ମୁଁ ତମଠାରୁ 999ରନ ଆଗରେ ଅଛି ।
ସୂଚନାଥାଉକି ସ୍ପିନର ୟୁଜବେନ୍ଦ୍ର ଚହଲ ଟି-20 ଫର୍ମାଟରେ ମାତ୍ର 4ରନ କରିଛନ୍ତି ।


ତେବେ ମ୍ୟାଚକୁ ନେଇ ରାହୁଲ କହିଥିଲେ ଯେ, ଆରମ୍ଭରୁ 2ୟ ଓଭରରେ ମତେ 2-3ଟା ବାଉଣ୍ଡ୍ରି ମିଳିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ରୋହିତ ଶୀଘ୍ର ଆଉଟ ହୋଇଯାଇଥିଲେ । ଏହାପରେ ବିରାଟ ଓ ମୋର ପାର୍ଟନରସିପ୍‌ ଗୁରୁତ୍ବପୂର୍ଣ୍ଣ ହୋଇଯାଇଥିଲା । ସବୁଠାରୁ ଭଲ କଥା ହେଲା ବିରାଟ ଶେଷ ଯାଏଁ ଗ୍ରାଉଣ୍ଡରେ ଥିଲେ ।

ABOUT THE AUTHOR

...view details