ଚେନ୍ନାଇ:ଚଳିତ ବର୍ଷ ଚିପକ ଷ୍ଟାଡିୟମରେ ଆଇପିଏଲର ତୃତୀୟ ମ୍ୟାଚରେ ସନ ରାଇର୍ଜସ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ଦୁଇ ଦଳର ସଂଘର୍ଷପୂର୍ଣ୍ଣ ମ୍ୟାଚରେ 10 ରନରେ ମ୍ୟାଚକୁ ହାତେଇ ବିଜୟ ଅଭିଯାନ ଆରମ୍ଭ କରିଛି କେକେଆର । ମ୍ୟାଚରେ ନୀତୀଶ ରାଣା ଓ ରାହୁଲ ତ୍ରିପାଠୀଙ୍କ ଧୂଆଁଧାର ବ୍ୟାଟିଂରେ କେକେଆର 6 ୱିକେଟ ହରାଇ 187ରନ କରିବାରେ ସକ୍ଷମ ହୋଇଥିଲା ।
ତୃତୀୟ ମ୍ୟାଚରେ ପ୍ରଥମେ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ସମରାଇଜର୍ସ ହାଇଦ୍ରାବାଦ । କେକେଆର ବ୍ୟାଟିଂ କରି ହାଇଦ୍ରାବାଦ ଆଗରେ 188ରନରେ ଟାର୍ଗେଟ ରଖିଥିଲା । 188ରନ ପିଛା କରି ଅଧିନାୟକ ଡେଭିଡ ୱାର୍ଣ୍ଣର 3 ଓ ରିଦ୍ଧିମାନ ଶାହା 7 ରନ କରି ଆଉଟ ହୋଇଥିଲେ । ମାତ୍ର 10 ରନରେ ଦୁଇ ଓପନରଙ୍କୁ ହରାଇ ଦଳ ସଂଙ୍କଟରେ ପଡି ଯାଇଥିଲା । ପରେ ମ୍ୟାଚକୁ ସମ୍ଭାଳିବା ପାଇଁ ପଡିଆକୁ ଓହ୍ଲାଇଥିଲେ ଜନି ବେୟାରଷ୍ଟୋ ଓ ମନୀଷ ପାଣ୍ଡେ । ବେୟାରଷ୍ଟୋଙ୍କ ଆକ୍ରାମଣତ୍ମକ ବ୍ୟାଟିଂ କରି 32 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ବେୟାରଷ୍ଟୋ 40 ବଲରୁ 3ଟି ଛକା ଓ 5ଟି ଚୌକା ସହ 55 ରନ ସଂଗ୍ରହ କରିଥିଲେ । ମନୀଷ ପାଣ୍ଡେ 37 ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । କେକେଆରର ପ୍ୟାଟ କମିନ୍ସ ଏହି ଯୋଡିକୁ ଭାଙ୍ଗି ଦେଇଥିଲେ ।
ଶେଷ ଓଭରରେ ଅବଦୁଲ ସମଦ 2ଟି ବିଶାଳ ଛକା ମାରିଥିଲେ ବି ବିଜୟ ପାଇଁ ଯଥେଷ୍ଟ ନଥିଲା । 177 ରନରେ ଅଟକି ଯାଇଥିଲା ସନରାଇଜର୍ସ ହାଇଦ୍ରାବାଦ । ଫଳରେ 10ରନରେ ମ୍ୟାଟକୁ କବଜା କରି ନେଇଛି କୋଲକାତା ନାଇଟ ରାଇଡର୍ସ । ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ନୀତୀଶ ରାଣା ।