ଓଡିଶା

odisha

ETV Bharat / sports

ପୋଲାର୍ଡଙ୍କୁ ଆଇସିସି ଚାବୁକ ! - ପୋଲାର୍ଡଙ୍କୁ ଦଣ୍ଡବିଧାନ

ଅମ୍ପାୟରଙ୍କୁ ଅବମାନନା ପାଇଁ ଆଇସିସି ୱେଷ୍ଟଇଣ୍ଡିଜ କ୍ରିକେଟର କିରନ ପୋଲାର୍ଡଙ୍କୁ ଦଣ୍ଡବିଧାନ କରିଛି । ଆଇସିସି ପୋଲାର୍ଡଙ୍କ ମ୍ୟାଚ ଫିର 20 ପ୍ରତିଶତ କାଟିଦେଇଛି । ଏହାସହ ଗୋଟିଏ ଡିମେରିଟ ପଏଣ୍ଟ ମଧ୍ୟ ପୋଲାର୍ଡଙ୍କୁ ମିଳିଛି ।

ଡିଜାଇନ ଫଟୋ

By

Published : Aug 6, 2019, 3:19 PM IST


ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ କ୍ରିକେଟର କିରନ ପୋଲାର୍ଡଙ୍କୁ ଆଇସିସି ଝଟକା । ଭାରତ ବିପକ୍ଷ 2ୟ ଟି-20 ମ୍ୟାଚରେ ଅମ୍ପାୟରଙ୍କୁ ଅବମାନନା ପୋଲାର୍ଡଙ୍କୁ ଭାରି ପଡିଛି । ଆଇସିସି ଏଥିପାଇଁ ପୋଲାର୍ଡଙ୍କୁ ଦଣ୍ଡବିଧାନ କରିଛି । ଆଇସିସି ପୋଲାର୍ଡଙ୍କର ମ୍ୟାଚ ଫିର 20 ପ୍ରତିଶତ କାଟିଦେଇଛି । ଏହାସହ ଗୋଟିଏ ଡିମେରିଟ ପଏଣ୍ଟ ମଧ୍ୟ ପୋଲାର୍ଡଙ୍କୁ ମିଳିଛି ।

ଭାରତ ବିପକ୍ଷ 2ୟ ଟି-20ମ୍ୟାଚରେ ବଦଳ ଖେଳାଳିଙ୍କୁ ପୋଲାର୍ଡ ଡାକିଥିଲେ । ତେବେ ଏହା ପୂର୍ବରୁ ଅମ୍ପାୟାରଙ୍କୁ ଜଣାଇବା ଜରୁରୀ ବୋଲି 2ଥର ଅମ୍ପାୟାର ପୋଲାର୍ଡଙ୍କୁ କହିଥିଲେ । ଓଭର ଶେଷ ହେବା ଯାଏଁ ଅପେକ୍ଷା କରିବାକୁ ମଧ୍ୟ ଅମ୍ପାୟାର ଜଣାଇଥିଲେ। ତେବେ ପୋଲାର୍ଡ, ଅମ୍ପାୟାରଙ୍କ ନିର୍ଦ୍ଦେଶକୁ ମାନିନଥିଲେ ବୋଲି ଆଇସିସି ଜାଣିବାକୁ ପାଇଛି । ଏହି ଦୋଷକୁ ପୋଲାର୍ଡ ସ୍ବୀକାର କରିବାକୁ ନାରାଜ ହୋଇଥିଲେ । ଶେଷରେ ମ୍ୟାଚ ରେଫରୀ ଜେଫ କ୍ରୋଏ ଅଫିସିଆଲ ଭାବେ ଏହି ଦଣ୍ଡ ଶୁଣାଇଥିଲେ ।

ABOUT THE AUTHOR

...view details