ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ପଞ୍ଜାବ ବିଶ୍ବବିଦ୍ୟାଳୟକୁ ମିଳିଛି ବଡ଼ ସଫଳତା । ତୀରନ୍ଦାଜ ଇଭେଣ୍ଟରେ 3ଟି ସ୍ବର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି ପଞ୍ଜାବ ବିଶ୍ବବିଦ୍ୟାଳୟର ପ୍ରତିଯୋଗୀ । ଏଥିସହିତ ମେଡାଲ ତାଲିକାର 5ମ ସ୍ଥାନକୁ ଉନ୍ନୀତ ହୋଇଛି ପଞ୍ଜାବ ବିଶ୍ବବିଦ୍ୟାଳୟ ।
ପୁରୁଷ କମ୍ପାଉଣ୍ଡ, ମହିଳା କମ୍ପାଉଣ୍ଡ ଓ ମିଳିତ କମ୍ପାଉଣ୍ଡ ଟିମ ଇଭେଣ୍ଟରେ 3ଟି ସ୍ବର୍ଣ୍ଣ ହାସଲ କରିଛନ୍ତି । ପୁରୁଷ କମ୍ପାଉଣ୍ଡ ଏକକ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି ।