ଓଡିଶା

odisha

ଆଇପିଏଲ 2020: ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜେତା ଦେଖିବାକୁ ଚାହାଁନ୍ତି କେଭିନ ପିଟରସନ

ସେପ୍ଟେମ୍ବର 19ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲର 13ତମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମରେ ଶ୍ରେୟସ ଆୟର, ରବିଚନ୍ଦ୍ରନ ଅଶ୍ବିନୀ, ଅଜିଙ୍କ୍ୟ ରାହାଣେଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି ।

By

Published : Sep 12, 2020, 7:13 PM IST

Published : Sep 12, 2020, 7:13 PM IST

Kevin Pietersen wants Delhi Capitals to win IPL 2020
ଆଇପିଏଲ 2020: ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜେତା ଦେଖିବାକୁ ଚାହାନ୍ତି କେଭିନ ପିଟରସନ

ନୂଆଦିଲ୍ଲୀ: ଶ୍ରେୟସ ଆୟରଙ୍କ ନେତୃତ୍ବରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଆଇପିଏଲର 13ତମ ସଂସ୍କରଣର ଟ୍ରଫି ବିଜେତା ଭାବେ ଦେଖିବାକୁ ଚାହାଁନ୍ତି ଇଂଲଣ୍ଡର ପୂର୍ବତନ କ୍ୟାପଟେନ କେଭିନ ପିଟରସନ ।

ପିଟରସନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିବା ସହ କ୍ରିକେଟ ଫେରିଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ଏଥିସହିତ ଆଇପିଏଲ 2020 ଚମ୍ପିଆନ ଟିମ ନେଇ ପୂର୍ବାନୁମାନ କରିଛନ୍ତି । "କିଏ ଜିତିବ ଆଇପିଏଲ 2020 ?" ବୋଲି ପ୍ରଶ୍ନ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଜିତିବା ନେଇ ସେ ଆଶାବାଦୀ ବୋଲି ଲେଖିଛନ୍ତି ।

ଆଇପିଏଲ 2020: ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜେତା ଦେଖିବାକୁ ଚାହାନ୍ତି କେଭିନ ପିଟରସନ

ପିଟରସନ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଇଜିଂ ପୁନେ ସୁପରଜିଆଣ୍ଟ୍ସ ଟିମରେ ଖେଳିସାରିଛନ୍ତି ।

ସେପ୍ଟେମ୍ବର 19ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲର 13ତମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମରେ ଶ୍ରେୟସ ଆୟର, ରବିଚନ୍ଦ୍ରନ ଅଶ୍ବିନୀ, ଅଜିଙ୍କ୍ୟ ରାହାଣେଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି ।

ଉଦ୍ଘାଟନୀ ମ୍ୟାଚରେ 2019 ସଂସ୍କରଣରେ ଫାଇନାଲ ଖେଳିଥିବା ଦୁଇ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଦୁବାଇରେ 24ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ 20ଟି ମ୍ୟାଚ ଆବୁଧାବିରେ ଓ 12ଟି ମ୍ୟାଚ ସାରଜାହ ଷ୍ଟାଡିୟମରେ ଖେଳାଯିବା ନେଇ ସୂଚୀ ରହିଛି ।

ପ୍ଲେ-ଅଫ ଷ୍ଟେଜର ସମୟ ଓ ଭେନ୍ୟୁ ସୂଚୀ ପରେ ଘୋଷଣା ହେବ । ଚଳିତ ଥର ସନ୍ଧ୍ୟାରେ ଖେଳାଯିବାକୁ ଥିବା ମ୍ୟାଚ 8.00 ପରିବର୍ତ୍ତେ 7.30ରେ ଖେଳାଯିବ । ସେହିପରି ଅପରାହ୍ନରେ ଖେଳାଯିବାକୁ ଥିବା ମ୍ୟାଚ 3.30ରେ ଆରମ୍ଭ ହେବ ।

ସମସ୍ତ ଟିମ ୟୁଏଇରେ ପହଞ୍ଚି ଅଭ୍ୟାସ ଜାରି ରଖିଛନ୍ତି । ସମସ୍ତ ସଦସ୍ୟଙ୍କ 3ୟ ରାଉଣ୍ଡ କୋଭିଡ-19 ଟେଷ୍ଟ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details