ଓଡିଶା

odisha

ETV Bharat / sports

ସସପେଣ୍ଡ ହୋଇଥିଲା ପିଟରସନଙ୍କ ଟ୍ବିଟର ଆକାଉଣ୍ଟ - ବ୍ରିଟିଶ ସାମ୍ବାଦିକ ପିଅର୍ସ ମର୍ଗାନ

ବ୍ରିଟିଶ ସାମ୍ବାଦିକ ପିଅର୍ସ ମର୍ଗାନଙ୍କ ସହ କେଭିନ ପିଟରସଙ୍କ ଟ୍ବିଟର ୱାର । ଟ୍ବିଟର ନିୟମ ଉଲଙ୍ଘନ କରିଥିବା ଆକାଉଣ୍ଟ ହୋଇଥିଲା ସସପେଣ୍ଡ । ଅଧିକ ପଢ଼ନ୍ତୁ...

Pietersen Twitter account suspended, obvious joke with Piers Morgan, ସସପେଣ୍ଡ ହୋଇଥିଲା ପିଟରସନଙ୍କ ଟ୍ବିଟର ଆକାଉଣ୍ଟ, ବ୍ରିଟିଶ ସାମ୍ବାଦିକ ପିଅର୍ସ ମର୍ଗାନ, କେଭିନ ପିଟରସଙ୍କ ଟ୍ବିଟର ୱାର
ସସପେଣ୍ଡ ହୋଇଥିଲା ପିଟରସନଙ୍କ ଟ୍ବିଟର ଆକାଉଣ୍ଟ

By

Published : Jul 5, 2020, 12:43 AM IST

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ ପିଟରସେନଙ୍କ ଟ୍ବିଟର ଆକାଉଣ୍ଟକୁ ନିୟମ ଉଲ୍ଲଂଘନ କରିଥିବାରୁ ବନ୍ଦ କରାଯାଇଥିବା ନେଇ ବ୍ରିଟିଶ ସାମ୍ବାଦିକ ପିଅର୍ସ ମର୍ଗାନ ଶନିବାର କହିଛନ୍ତି।

‘‘ବ୍ରେକିଙ୍ଗ: ମତେ ଚାପୁଡ଼ା ମାରିବା ଧମକ ଦେଇ କେଭିନ ପିଟରସେନ ଟ୍ବିଟରରୁ ନିଲମ୍ବିତ ହୋଇଥିଲେ ... ଯଦିଓ ଏହା ମଜାଳିଆ, ଏହା ଏକ ସ୍ପଷ୍ଟ ଉପହାସ ଏବଂ ମତେ ହଇରାଣ କରାଯାଇ ନାହିଁ । ସେ ଏତେ ଦୂରରେ ରହି ମତେ ଚାପୁଡ଼ା ମାରି ପାରିବେ ନାହିଁ । ତେଣୁ, ଦୟାକରି ୟୁକେ ଟ୍ବିଟର ତାଙ୍କ ଆକାଉଣ୍ଟକୁ ପୁନଃ ସ୍ଥାପନ କରନ୍ତୁ,’’ ବୋଲି ମର୍ଗାନ ଏକ ଟ୍ବିଟରେ କହିଥିଲେ ।

ଟ୍ବିଟ ସହିତ ସାମ୍ବାଦିକ ଏକ ସ୍ନାପସଟ୍ ପୋଷ୍ଟ କରିଛନ୍ତି ଯେଉଁଥିରେ ନିୟମ ଉଲ୍ଲଂଘନ ହେତୁ ତାଙ୍କ ଆକାଉଣ୍ଟକୁ ମାଇକ୍ରୋ ବ୍ଲଗିଂ ୱେବସାଇଟ ଦ୍ବାରା ଲକ କରାଯାଇଛି ବୋଲି ଟ୍ବିଟରରୁ ପିଟରସେନଙ୍କୁ ସୂଚନା ଦିଆଯାଇଛି।

ସ୍ନାପସଟରେ ଟ୍ବିଟର ଆହୁରି କହିଛି, ଦୟାକରି ଧ୍ୟାନ ଦିଅନ୍ତୁ ଯେ ବାରମ୍ବାର ନିୟମ ଉଲ୍ଲଂଘନ ଆପଣଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ସ୍ଥଗିତ ରଖିପାରେ। ଆପଣଙ୍କ ଆକାଉଣ୍ଟରେ ଏହି ସମସ୍ୟାର ସମାଧାନ ପାଇଁ ବର୍ତ୍ତମାନ ଟ୍ବିଟରକୁ ଯାଆନ୍ତୁ।

ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଯେତେବେଳେ ସୁଯୋଗ ପାଇବେ ସେ ମର୍ଗାନଙ୍କୁ ଚାପୁଡ଼ା ମାରିବେ ବୋଲି କହିଥିଲେ। ‘‘ପିଅର୍ସ ମର୍ଗାନ୍ ଯେତେବେଳେ ମୁଁ ତୁମକୁ ଦେଖିବି ମୁଁ ତୁମକୁ ଚାପୁଡ଼ା ମାରିବି। ଏହା ନିରର୍ଥକ ହେବ ନାହିଁ।’’

ନିକଟରେ ମୋର୍ଗାନ୍ କୋଭିଡ-19 ମହାମାରୀ ମଧ୍ୟରେ ଇଂଲଣ୍ଡରେ ପବ୍ ଖୋଲିବା ନେଇ ପିଟରସେନଙ୍କ ସହ ଏକ ବଚସାରେ ନିଜକୁ ନିୟୋଜିତ କରିଥିବା ଦେଖିବାକୁ ମିଳିଥିଲା। ଯାହା ପରେ ଉଭୟ ପରସ୍ପରକୁ ଚାପୁଡ଼ା ମାରିବା ଦଳି ପକାଇବା ଭଳି କଥା କହିଥିଲେ ।

@IANS

ABOUT THE AUTHOR

...view details