ଓଡିଶା

odisha

ETV Bharat / sports

ଟିମ ଇଣ୍ଡିଆ ବିଜୟୀ, କଟାକ୍ଷ ଛଳରେ ପିଟରସନଙ୍କ ଶୁଭେଚ୍ଛା

'ଇଂଲଣ୍ଡ ବି' ଟିମକୁ ହରାଇଥିବାରୁ ଭାରତକୁ କଟାକ୍ଷ ଛଳରେ ହିନ୍ଦିରେ ଟ୍ବିଟ ସହ ଶୁଭେଚ୍ଛା ଜଣାଇଲେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ କେଭିନ ପିଟରସନ । ଅଧିକ ପଢନ୍ତୁ...

By

Published : Feb 16, 2021, 10:04 PM IST

Kevin Pietersen congratulated India for winning by tweeting in Hindi, told England 'B' team
ଟିମ ଇଣ୍ଡିଆ ବିଜୟୀ, କଟାକ୍ଷ ଛଳରେ ପିଟରସନଙ୍କ ଶୁଭେଚ୍ଛା

ଚେନ୍ନାଇ:ଇଂଲଣ୍ଡର ପୂର୍ବତନ କ୍ୟାପଟେନ କେଭିନ ପିଟରସନ ମଙ୍ଗଳବାର ଭାରତର ବିରାଟ ବିଜୟରେ ଶୁଭେଚ୍ଛା ଜଣାଇଛନ୍ତି । ମାତ୍ର ନିଜର ଟିମକୁ 'ଇଂଲଣ୍ଡ ବି' କହି ଏହାର ମହତ୍ତ୍ବ କମ ଦେଖାଇବାକୁ ପ୍ରୟାସ କରିଛନ୍ତି ।

ଭାରତ ଦ୍ବିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଲଞ୍ଚ ବ୍ରେକ୍‌ର କିଛି ସମୟ ପରେ 317 ରନରେ ବିଜୟୀ ହେବାସହ 1-1ରେ ସିରିଜ ବରାବର କରିଥିଲା ।

ଇଂଲଣ୍ଡ ପ୍ରଥମ ମ୍ୟାଚକୁ 227 ରନର ବଡ ବ୍ୟବଧାନରେ ଜିତି ନେଇଥିଲା। ପିଟରସନ ଭାରତର ବିଜୟ ନେଇ ସଂକ୍ଷିପ୍ତ ମାତ୍ର କଟାକ୍ଷ ଅନ୍ଦାଜରେ ହିନ୍ଦିରେ ଟ୍ବିଟ କରିଛନ୍ତି ।

ଏଥିସହ ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ନିଜ ମାଟିରେ ଖେଳୁଥିବା,ବିଶ୍ବର ସବୁଠୁ ଶକ୍ତିଶାଳୀ ଟିମ ଭାରତ ବିପକ୍ଷ ସିରିଜରେ ରୋଟେସନ ନୀତି ଜାରି ରଖିବାକୁ ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡକୁ ସମାଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details