ଓଡିଶା

odisha

ETV Bharat / sports

ରୁଟଙ୍କ ଅନୁପସ୍ଥିତିରେ ଷ୍ଟୋକ୍ସ ହୋଇପାରନ୍ତି ଇଂଲଣ୍ଡ କ୍ୟାପଟେନ, ପିଟରସନଙ୍କ ପସନ୍ଦ ବଟଲର - Buttler as captain

ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ ପିଟରସନ ଅଲରାଉଣ୍ଡର ବେନ ଷ୍ଟୋକ୍ସ ନୁହଁନ୍ତି ବରଂ ୱିକେଟ କିପର ଜସ ବଟଲରଙ୍କୁ କ୍ୟାପଟେନ ଦେଖିବାକୁ ଚାହାନ୍ତି ।

Kevin Petersen wants Buttler as captain in Root's absence, not Stokes
ରୁଟଙ୍କ ଅନୁପସ୍ଥିତିରେ ଷ୍ଟୋକ୍ସ ନୁହନ୍ତି, ପିଟରସନଙ୍କ ପସନ୍ଦର କ୍ୟାପଟେନ ବଟଲର

By

Published : Jun 9, 2020, 11:38 AM IST

ଲଣ୍ଡନ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଇଂଲଣ୍ଡର ନିୟମିତ ଟେଷ୍ଟ କ୍ୟାପଟେନ ଜୋଏ ରୁଟ ଅନୁପସ୍ଥିତ ରହିବା ସମ୍ଭାବନା ରହିଛି । ଫଳରେ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ପ୍ରଥମ ଟେଷ୍ଟରେ କ୍ୟାପଟେନ ଭାର ମିଳିବା ନେଇ ଚର୍ଚ୍ଚା ହେଉଛି । ମାତ୍ର ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ ପିଟରସନ ଷ୍ଟୋକ୍ସ ନୁହଁନ୍ତି ବରଂ ବଟଲରଙ୍କୁ କ୍ୟାପଟେନ ଦେଖିବାକୁ ଚାହାନ୍ତି ।

ବେନ ଷ୍ଟୋକ୍ସ, ଜସ ବଟଲରଙ୍କ ସହ ଜୋଏ ରୁଟ୍

କାରଣ ପିଟରସନ କହିଛନ୍ତି ବେନ ଷ୍ଟୋକ୍ସ ଇଂଲଣ୍ଡର ଶ୍ରେଷ୍ଠ ମ୍ୟାଚ ବିଜେତା ଖେଳାଳି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ପାଇଁ ଷ୍ଟୋକ୍ସ ପ୍ରଭାବି ପ୍ରଦର୍ଶନ ସହ ନିଜକୁ ପ୍ରମାଣିତ କରିଛନ୍ତି । ତେବେ ଟିମ ନେତୃତ୍ବର ଚାପ ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିପାରେ । ସେଥିପାଇଁ ବଟଲରଙ୍କୁ କ୍ୟାପଟେନ ଦାୟିତ୍ବ ମିଳିବା ଉଚିତ ।

ବେନ ଷ୍ଟୋକ୍ସ- ଜୋଏ ରୁଟ୍

ୱେଷ୍ଟଇଣ୍ଡିଜ ଟିମ ଇଂଲଣ୍ଡରେ ପହଞ୍ଚିସାରିଛି । ଏଥିସହିତ କୋରୋନା ଭାଇରସ ମଧ୍ୟରେ ୱିସଡେନ ଟେଷ୍ଟ ସିରିଜର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି ।

ପ୍ରଥମ ଟେଷ୍ଟ ଜୁଲାଇ 8ରୁ ଆରମ୍ଭ ହେବାନେଇ ସୂଚୀ ରହିଛି । ତେବେ ଇଂଲଣ୍ଡର ନିୟମିତ ଟେଷ୍ଟ କ୍ୟାପଟେନ ଜୋଏ ରୁଟ୍ ପ୍ରଥମ ଟେଷ୍ଟରେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ପରିବାର ସହିତ ଥିବାରୁ ରୁଟଙ୍କୁ ନିୟମ ଅନୁଯାୟୀ 7 ଦିନ ଆଇସୋଲେସନରେ ରହିବାକୁ ହେବ । ଏପରି ସ୍ଥଳେ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଟିମର କ୍ୟାପଟେନ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details