ଓଡିଶା

odisha

By

Published : May 18, 2020, 10:42 AM IST

ETV Bharat / sports

ଆଫ୍ରିଦିଙ୍କୁ ଗବ୍ବରଙ୍କ ଜବାବ: କାଶ୍ମୀର ଆମର ଥିଲା, ରହିଛି ରହିବ

କାଶ୍ମୀରକୁ ନେଇ ଟିମ ଇଣ୍ଡିଆର ଗବ୍ବର ଶିଖର ଧାୱନ, ଶୁଣାଇଛନ୍ତି ଚରମବାଣୀ । ପୂର୍ବତନ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦିଙ୍କ କାଶ୍ମୀର ଟିପ୍ପଣୀର କଡା ଜବାବ ଦେଇଛନ୍ତି ଧାୱନ ।

Kashmir was, is & will always be ours: Dhawan gives befitting reply to Afridi
ଆଫ୍ରିଦୀଙ୍କୁ ଗବ୍ବର ଜବାବ: କାଶ୍ମୀର ଆମର ଥିଲା, ରହିଛି ରହିବ

ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ଟିମ ଇଣ୍ଡିଆର ଗବ୍ବର ଶିଖର ଧାୱନ, ଶୁଣାଇଛନ୍ତି ଚରମବାଣୀ । ଏଥର ବ୍ୟାଟରେ ନୁହେଁ ପାକିସ୍ତାନକୁ ତାଙ୍କ ଭାଷାରେ ବୁଝାଇଛନ୍ତି । ପୂର୍ବତନ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦିଙ୍କ କାଶ୍ମୀର ଟିପ୍ପଣୀର କଡା ଜବାବ ଦେଇଛନ୍ତି ଧାୱନ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଓ କାଶ୍ମୀର ପ୍ରସଙ୍ଗରେ ଟିପ୍ପଣୀ କରିବା ଆଫ୍ରିଦିଙ୍କ ପାଇଁ ମହଙ୍ଗା ପଡିଛି । ଯୁବରାଜ ସିଂହ, ହରଭଜନ ସିଂହ, ଗୌତମ ଗମ୍ଭୀର, ଶିଖର ଧାୱନ କଡା ଭାଷାରେ ଆଫ୍ରିଦିଙ୍କୁ ଓ ପାକିସ୍ତାନକୁ ତାଙ୍କର ସୀମା ସଂପର୍କରେ ସଚେତନ କରିଛନ୍ତି ।

ଧାୱନ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, "ସାରା ବିଶ୍ବ କୋରୋନା ମୁକାବିଲାରେ ବ୍ୟସ୍ତ ରହିଛି । ଏପରି ସମୟରେ ତୁମକୁ କାଶ୍ମୀର ଦେଖାଯାଉଛି । କାଶ୍ମୀର ଆମର ଥିଲା, ଅଛି ଓ ସବୁଦିନ ପାଇଁ ରହିବ । ଯଦି ବି 22କୋଟି ମିଳିଯାଏ... ହିସାବ କର, ଆମର ଜଣେ ତୁମର 15ଲକ୍ଷଙ୍କ ସାଙ୍ଗେ ସମାନ। ବାକି ହିସାବ କରିନେବ ।"

ପୂର୍ବତନ ଭାରତୀୟ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର ମଧ୍ୟ କଡା ସମାଲୋଚନା କରିଛନ୍ତି । ଗମ୍ଭୀର କହିଛନ୍ତି, "70 ବର୍ଷ ହେଲାଣି 20 କୋଟି ଲୋକଙ୍କ ପାଇଁ 7ଲକ୍ଷ ସେନା କରିପାରିଛ, କାଶ୍ମୀର ଭିକ୍ଷା ମାଗୁଛ । ଆଫ୍ରିଦି, ଇମ୍ରାନ ଖାନ ଓ ବଜୱାଙ୍କ ଭଳି ଜୋକର ଲୋକେ ଭାରତ ବିରୋଧୀ ଭାଷା ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧ କହି ପାକିସ୍ତାନ ଲୋକଙ୍କୁ ବୋକା ବନେଇପାର । ମାତ୍ର କେବେ ବି କାଶ୍ମୀର ମିଳବ ନାହିଁ । ଭୁଲିଗଲ ବାଂଲାଦେଶ କଥା ?" ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details