ଓଡିଶା

odisha

ETV Bharat / sports

ଯେଉଁ ଟିମରେ କର୍ଣ୍ଣ ଶର୍ମା, ସେହି ଟିମ ଆଇପିଏଲ ଚମ୍ପିଆନ ! - ଆଇପିଏଲ ଚମ୍ପିଆନ ଟିମ ସଦସ୍ୟ କର୍ଣ୍ଣ ଶର୍ମା

ଆଇପିଏଲର ଲକି ବୟ କର୍ଣ୍ଣ ଶର୍ମା । ଟିମର ସଦସ୍ୟ କର୍ଣ୍ଣ ଶର୍ମା ରହିଛନ୍ତି, ଅର୍ଥାତ ଟିମ ଆଇପିଏଲ ଚମ୍ପିଆନ ହେବ ।

Karn Sharma Lucky mascot, only player to win 3 consecutive IPL titles
ଯେଉଁ ଟିମରେ କର୍ଣ୍ଣ ଶର୍ମା, ସେହି ଟିମ ଆଇପିଏଲ ଚମ୍ପିଆନ !

By

Published : Oct 8, 2020, 10:48 PM IST

ହାଇଦ୍ରାବାଦ: ଆଇପିଏଲର ଲକି ବୟ କର୍ଣ୍ଣ ଶର୍ମା । ଟିମର ସଦସ୍ୟ କର୍ଣ୍ଣ ଶର୍ମା ରହିଛନ୍ତି, ଅର୍ଥାତ ଟିମ ଆଇପିଏଲ ଚମ୍ପିଆନ ହେବ । ସେଥିପାଇଁ ସମସ୍ତ ଫ୍ରାଞ୍ଚାଇଜ ତାଙ୍କୁ ଟିମରେ ଚାହାଁନ୍ତି । ଲେଗ ସ୍ପିନର କର୍ଣ୍ଣ ଶର୍ମା ଏକମାତ୍ର ଖେଳାଳି ଭାବେ 3ଟି ଭିନ୍ନ ଟିମର କ୍ରମାଗତ 3ଟି ଆଇପିଏଲ ଟ୍ରଫି ବିଜେତା ଟିମର ସଦସ୍ୟ ରହିଛନ୍ତି ।

ସେ କେତୋଟି ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି କିମ୍ବା କେତୋଟି ୱିକେଟ ନେଇଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ଗତ 3ଟି ସଂସ୍କରଣର ଆଇପିଏଲ ପରିସଂଖ୍ୟାନ ଏହାହିଁ ବୟାନ କରୁଛି ଯେ, ସେ ବିଜୟୀ ଟ୍ରଫି ସହ ଟୁର୍ଣ୍ଣାମେଣ୍ଟ ଶେଷ କରିଛନ୍ତି ।

ଏହି ଘଟଣାକୁ ପ୍ରତି କାହାରି ନଜର ନଥିଲା । ମାତ୍ର ନିଜେ ବୋଲର କର୍ଣ୍ଣ ଶର୍ମା ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ 3ଟି ଚମ୍ପିଆନ ଟିମର ହେଲମେଟ ରହିଛି ।

ଉତ୍ତର ପ୍ରଦେଶର ମିରଟର ଏହି ଲେଗସ୍ପିନର ଖବରର ଶୀରୋନାମାରେ ରହିଥିଲେ, ଯେବେ ବର୍ଷ 2014 ଆଇପିଏଲ ନିଲାମରେ 3.75 କୋଟିରେ କିଣାହୋଇଥିଲେ । ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ଦଳରେ ସାମିଲ କରିଥିଲା । କୌଣସି ଅନକ୍ୟାପ ଘରୋଇ କ୍ରିକେଟରଙ୍କ ପାଇଁ ଏହି ଟଙ୍କାର ପରିମାଣ ସର୍ବାଧିକ ଥିଲା । ଆଇପିଏଲର ସେହି ସଂସ୍କରଣରେ କର୍ଣ୍ଣ 13ଟି ମ୍ୟାଚରୁ 11 ୱିକେଟ ଦଖଲ କରିଥିଲେ । 2014 ସଂସ୍କରଣରେ 15 ୱିକେଟ ହାସଲ କରିଥିଲେ ।

ବର୍ଷ 2016ରେ ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ...ସେହି ବର୍ଷ ହାଇଦ୍ରାବାଦ ଆଇପିଏଲ ଚମ୍ପିଆନ ହୋଇଥିଲା । କର୍ଣ୍ଣ 5ଟି ମ୍ୟାଚ ଖେଳି ୱିକେଟ ଶୂନ୍ୟ ରହିଥିଲେ । ଏମିତିକି ଖରାପ 10.46 ଇକୋନୋମି ତାଙ୍କର ପ୍ରଦର୍ଶନ ରହିଥିଲା । ୱିକେଟ ହାସଲକାରୀ ବୋଲର ତାଲିକାର ଶେଷରେ ରହିଥିଲେ ସେ । ମାତ୍ର ଟୁର୍ଣ୍ଣାମେଣ୍ଟର ବିଜେତା ସଦସ୍ୟ ହୋଇଥିଲେ ।

କର୍ଣ୍ଣ, ବର୍ଷ 2017ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ । ଏହି ସଂସ୍କରଣରେ ଉତ୍ତର ପ୍ରଦେଶ ଲେଗସ୍ପିନର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । 9ଟି ମ୍ୟାଚ ଖେଳି 13ଟି ୱିକେଟ ଅକ୍ତିଆର କରିଥିଲେ । ଏଥିସହିତ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ 2017 ସଂସ୍କରଣର ଆଇପିଏଲ ଟ୍ରଫି ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ବର୍ଷ 2018ରେ କର୍ଣ୍ଣ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିଥିଲେ ଓ ଟ୍ରଫି ଉଠାଇଥିଲେ ମଧ୍ୟ । ଚେନ୍ନାଇର ଚମ୍ପିଆନରେ ତାଙ୍କର ପ୍ରଦର୍ଶନ ପ୍ରଭାବୀ ରହିନଥିଲା । 6ଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ ଓ ସେଥିମଧ୍ୟରୁ ମାତ୍ର 4ଟି ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ । ତେବେ ଫାଇନାଲ ମ୍ୟାଚରେ ଖେଳିବାର ସୁଯୋଗ ତାଙ୍କୁ ମିଳିଥିଲା । ସନରାଇଜର୍ସ ହାଇଦ୍ରାବାଦର ପ୍ରମୁଖ ବ୍ୟାଟ୍ସମ୍ୟାନ କେନ ୱିଲିୟମସନଙ୍କ ୱିକେଟ ହାସଲ କରି ବଡ ଭୂମିକା ନିଭାଇଥିଲେ ।

ଶେଷରେ ଏହି ପରିସଂଖ୍ୟାନ ଏହାହିଁ ବୟାନ କରୁଛି, ଯଦି ଆଇପିଏଲ ଟ୍ରଫି ବିଜୟୀ ହେବାକୁ ଲକ୍ଷ୍ୟ ରହିଛି ତେବେ କର୍ଣ୍ଣ ଶର୍ମାଙ୍କୁ ଟିମର ଚୂଡାନ୍ତ ଏକାଦଶରେ ସାମିଲ ଆବଶ୍ୟକ!

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details