ଓଡିଶା

odisha

ସଫଳ ଆଞ୍ଜିଓପ୍ଲାଷ୍ଟି ପରେ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଦେଲେ କପିଳ ଦେବ

By

Published : Oct 24, 2020, 1:00 PM IST

କିମ୍ବଦନ୍ତୀ କ୍ରିକେଟର କପିଳ ଦେବ ହୃଦଘାତର ଶିକାର ହୋଇଥିଲେ । ତେବେ ତାଙ୍କର ଅସୁସ୍ଥତା ଖବର ପ୍ରସାରିତ ପରେ ସମସ୍ତେ ସୁସ୍ଥ କାମନା କରିଥିଲେ । ଏନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତର ବିଶ୍ବବିଜୟୀ କ୍ୟାପଟେନ କପିଳ ଦେବ ।

ସଫଳ ଆଞ୍ଜିଓପ୍ଲାଷ୍ଟି ପରେ କପିଳଦେବ ଶୁଭଚିନ୍ତକଙ୍କୁ  ଦେଲେ ଧନ୍ୟବାଦସଫଳ ଆଞ୍ଜିଓପ୍ଲାଷ୍ଟି ପରେ କପିଳଦେବ ଶୁଭଚିନ୍ତକଙ୍କୁ  ଦେଲେ ଧନ୍ୟବାଦ
ସଫଳ ଆଞ୍ଜିଓପ୍ଲାଷ୍ଟି ପରେ କପିଳଦେବ ଶୁଭଚିନ୍ତକଙ୍କୁ ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ: ଗତକାଲି(ଶୁକ୍ରବାର) କିମ୍ବଦନ୍ତୀ କ୍ରିକେଟର କପିଳ ଦେବ ହୃଦଘାତର ଶୀକାର ହୋଇଥିଲେ । ତାଙ୍କର ଚିକିତ୍ସା ନିମନ୍ତେ ନୂଆଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସଫଳ ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ତେବେ ତାଙ୍କର ଅସୁସ୍ଥତା ଖବର ପ୍ରସାରିତ ପରେ ସମସ୍ତେ ସୁସ୍ଥ କାମନା କରିଥିଲେ । ଏନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତର ବିଶ୍ବବିଜୟୀ କ୍ୟାପଟେନ କପିଳ ଦେବ ।

ସେ ନିଜର ଟ୍ବିଟରରେ ପୋଷ୍ଟ କରି କହିଛନ୍ତି ଯେ, ମୋ ପାଇଁ ଆପଣମାନଙ୍କ ଭଲ ପାଇବା ଓ ଚିନ୍ତା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ସୁସ୍ଥତାର ପଥରେ ଏବେ ଅଛି ।

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର କପିଳ ଦେବଙ୍କ ନେତୃତ୍ବରେ ବର୍ଷ 1983ରେ ପ୍ରଥମ ଥର କ୍ରିକେଟ ବିଶ୍ବକପ ବିଜେତା ହୋଇଥିଲା ଭାରତ । ସେ 131ଟି ଟେଷ୍ଟରୁ 5,248 ରନ୍ ଓ 225 ଦିନିକିଆ ମ୍ୟାଚରୁ 3,783 ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ରିକେଟରେ କପିଳ ଦେବଙ୍କ ନାମରେ 343 ୱିକେଟ ଓ ଦିନିକିଆରେ 253 ୱିକେଟ ରହିଛି ।1 ଅକ୍ଟୋବର 1978ରେ ପାକିସ୍ତାନ ବିପକ୍ଷରେ କପିଳ ଦେବ ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ କରିଥିଲେ । ସେହିବର୍ଷ 16 ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ଫୈସଲାବାଦରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ବର୍ଷ 1994ରେ କପିଳ ଦେବ କ୍ରିକେଟରୁ ସନ୍ୟାସ ନେଇଥିଲେ । ଶେଷ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଫରିଦାବାଦରେ ଖେଳିଥିଲେ ।

ABOUT THE AUTHOR

...view details