ନୂଆଦିଲ୍ଲୀ: ଭାରତୀୟ କିମ୍ବଦନ୍ତୀ କ୍ରିକେଟର କପିଳ ଦେବ ସିଏସି(କ୍ରିକେଟ୍ ଆଡଭାଇଜରି କମିଟି)ର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ପୂର୍ବରୁ ଅନ୍ୟତମ ଭାରତୀୟ ପୂର୍ବତନ କ୍ରିକେଟର ଶାନ୍ତା ରଙ୍ଗାସ୍ୱାମୀ ଏହି ପଦରୁ ଇସ୍ତଫା ଦେଇଥିଲେ ।
ସିଏସି ମୁଖ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ କ୍ରିକେଟର - Kapil Dev resigns as CAC chief
ଭାରତୀୟ କିମ୍ବଦନ୍ତୀ କ୍ରିକେଟର କପିଳ ଦେବ ସିଏସି(କ୍ରିକେଟ୍ ଆଡଭାଇଜରି କମିଟି)ର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ସିଏସି ମୁଖ୍ୟ ପଦରୁ ଇସ୍ତଫା ଦେଲେ କପିଳ ଦେବ
ଉଲ୍ଲେଖଥାଉ କି, ଅଂଶୁମାନ ଗାଏକ୍ୱାଡ୍, କପିଳ ଦେବ ଓ ଶାନ୍ତା ରଙ୍ଗାସ୍ୱାମୀଙ୍କୁ ନେଇ ସିଏସି(କ୍ରିକେଟ୍ ଆଡଭାଇଜରି କମିଟି) ଗଠିତ ହୋଇଥିଲା । ଯାହାର ମୁଖ୍ୟ ରହିଥିଲେ କପିଳ ଦେବ । ତେବେ କପିଳ ଦେବ କାହିଁକି ପଦ ଛାଡ଼ିଲେ, ତାହା ସ୍ପଷ୍ଟ ହୋଇ ପାରିନାହିଁ । ବିସିସିଆଇର ଜଣେ ଅଧିକାରୀ ନାମ ଗୁପ୍ତ ରଖି କହିଛନ୍ତି, କପିଳ ଦେବ ପଦରୁ ଇସ୍ତପା ଦେବା ପାଇଁ ବିସିସିଆଇ ପାଖକୁ ଏକ ମେଲ ପଠାଇଛନ୍ତି ।