ଓଡିଶା

odisha

ହସ୍ପିଟାଲରୁ ଡିସଚାର୍ଜ ହେଲେ କିମ୍ବଦନ୍ତୀ କ୍ରିକେଟର କପିଳ ଦେବ

By

Published : Oct 25, 2020, 3:22 PM IST

ଅସୁସ୍ଥତା କାରଣରୁ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କପିଳ ଦେବ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

Kapil Dev discharged from hospital after angioplasty
ହସ୍ପିଟାଲରୁ ଡିସଚାର୍ଜ ହେଲେ କିମ୍ବଦନ୍ତୀ କ୍ରିକେଟର କପିଳ ଦେବ

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ଭାରତର 1983 ବିଶ୍ବକପ ବିଜେତା କ୍ୟାପଟେନ କପିଳ ଦେବ । ଅସୁସ୍ଥତା କାରଣରୁ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କପିଳ ଦେବ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

କପିଳ ଦେବଙ୍କ ଅସୁସ୍ଥ ଖବର ଦେଶ ତମାମ କିଛି ସମୟ ମଧ୍ୟରେ ପହଞ୍ଚିବା ପରେ ଅଗଣିତ ଭାରତୀୟ କ୍ରିକେଟ ପ୍ରେମୀ, କ୍ରିକେଟର, ରାଜନେତା ଆଶୁ ଆରୋଗ୍ୟ କାମନା କରିଥିଲେ । ଫଳରେ ହସ୍ପିଟାଲରେ ଭର୍ତ୍ତି ହେବାର ଦିନକ ପରେ ସୋସିଆଲ ମିଡିଆରେ ଆଶୁ ଆରୋଗ୍ୟ କାମନା କରିଥିବା ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଥିଲେ ବିଶ୍ବବିଜୟୀ କ୍ୟାପଟେନ କପିଳ ଦେବ ।

ଆଜି(ରବିବାର) କପିଳ ଦେବଙ୍କ ସାଥୀ ଖେଳାଳି ଚେତନ ଶର୍ମା ଟ୍ବିଟର ଜରିଆରେ କପିଳ ଦେବ ହସ୍ପିଟାଲରୁ ଡିସଚାର୍ଜ ହେବା ସୂଚନା ଦେଇଛନ୍ତି । "ଡାକ୍ତର ଅତୁଲ ମାଥୁର କପିଲ ପାଜିଙ୍କ ଆଞ୍ଜିଓପ୍ଳାଷ୍ଟି କରିଚଛନ୍ତି। ଏବେ ସେ ଠିକ ଅଛନ୍ତି ଓ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହା ହସ୍ପିଟାଲରୁ ଡିସଚାର୍ଜ ବେଳର ଫଟୋ ।" କପିଳ ଦେବଙ୍କ ଫଟୋ ସହ ଟ୍ବିଟ ଯୋଗେଁ ଏହା ସୂଚନା ଦେଇଛନ୍ତି ଚେତନ ଶର୍ମା ।

ହସ୍ପିଟାଲରୁ ଡିସଚାର୍ଜ ହେଲେ କିମ୍ବଦନ୍ତୀ କ୍ରିକେଟର କପିଳ ଦେବ

ଶୁକ୍ରବାର, କପିଳ ଦେବ ପ୍ରାୟ ବିଳମ୍ବିତ ରାତ୍ର ପ୍ରାୟ 1.00 ସୁଦ୍ଧା ଦକ୍ଷିଣ ଦିଲ୍ଲୀର ଫୋର୍ଟିସ-ଏସକର୍ଟ ହାର୍ଟ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ଆଇସିୟୁରେ କାର୍ଡିଓଲୋଜି ଡିପାର୍ଟମେଣ୍ଟର ମୁଖ୍ୟ, ଡାକ୍ତର ଅତୁଲ ମାଥୁରଙ୍କ ନେତୃତ୍ବରେ କପିଳ ଦେବଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା ।

62 ବର୍ଷୀୟ କପିଳ ଦେବଙ୍କ ନେତୃତ୍ବରେ ବର୍ଷ 1983ରେ ପ୍ରଥମ କ୍ରିକେଟ ବିଶ୍ବକପ ବିଜୟର ସ୍ବାଦ ଚାଖିଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details