ଓଡିଶା

odisha

ETV Bharat / sports

ହରିଆଣା କ୍ରୀଡା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ହେବେ କପିଳ ଦେବ - କପିଳ ଦେବ

ହରିଆଣାର କ୍ରୀଡା ବିଶ୍ବବିଦ୍ୟଳୟର ପ୍ରଥମ କୁଳପତି ହେବେ କିମ୍ବଦନ୍ତୀ କ୍ରିକେଟର କପିଳ ଦେବ । ଏନେଇ ରାଜ୍ୟ କ୍ରୀଡାମନ୍ତ୍ରୀ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ଡିଜାଇନ ଫଟୋ

By

Published : Sep 14, 2019, 7:10 PM IST

ଚଣ୍ଡିଗଡ: ହରିଆଣାର ସୋନପେଟଠାରେ ଖୋଲିଥିବା କ୍ରୀଡା ବିଶ୍ବବିଦ୍ୟଳୟର ପ୍ରଥମ କୁଳପତି ହେବେ କିମ୍ବଦନ୍ତୀ କ୍ରିକେଟର କପିଳ ଦେବ । ଏନେଇ ରାଜ୍ୟ କ୍ରୀଡାମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଦେଶରେ ରହିଥିବା 4ଟି କ୍ରୀଡା ବିଶ୍ବବିଦ୍ୟାଳୟରେ ପ୍ରଥମ ଥର ପାଇଁ କୌଣସି କ୍ରିକେଟର କୁଳପତି ହେବାର ସୁଯୋଗ ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ 1983 ବିଶ୍ବକପ ବିଜୟୀ ଅଧିନାୟକ କପିଳ ଦେବଙ୍କ ନାମ ଏହି ପଦ ପାଇଁ ପ୍ରଥମରୁ ଚର୍ଚ୍ଚା ଦେଉଥିଲା । ଆଉ ସବୁ କଳ୍ପନା-ଜଳ୍ପନାର ଅନ୍ତ ଘଟି ଶେଷରେ କପିଳ ଏହି ପଦରେ ନିଯୁକ୍ତ ହୋଇଛନ୍ତି । ଉଲ୍ଲେଖଥାଉ କି, ହରିଆଣାର ରାଜଧାନୀ ଚଣ୍ଡିଗଡରେ ଜନ୍ମିତ କପିଳ ଦେବ ହରିଆଣାର ହରିକେନ ନାମରେ ପରିଚିତ ।

ତେବେ ସୋନପେଟ ଜିଲ୍ଲାର ରାଇ ଗ୍ରାମରେ ରହିଛି ଏହି ସ୍ପୋର୍ଟ ୟୁନିଭରସିଟି । ଏହା ପୂର୍ବରୁ ଏହା ଏକ ସ୍ପୋର୍ଟ ସ୍କୁଲ ରହିଥିଲା । ଯାହାକୁ ବଦଲାଯାଇ ସ୍ପୋର୍ଟ ୟୁନିଭରସିଟି କରାଯାଇଛି ।

ବ୍ୟୁରୋ ଇନପୁଟ୍‌, ଇଟିଭି ଭାରତ

ABOUT THE AUTHOR

...view details