ଓଡିଶା

odisha

ETV Bharat / sports

ଟେଷ୍ଟ ଛାଡ଼ି ଆପିଏଲ ଖେଳିବା ଉଚିତ ବିକଳ୍ପ ନୁହେଁ: ୱିଲିୟମସନ - ଇଂଲଣ୍ଡ ଭର୍ସେସ ନ୍ୟୁଜିଲାଣ୍ଡ

ଆଇପିଏଲ 14କୁ ନେଇ ଚିନ୍ତା ଜାହିର କରିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ। ଆଇପିଏଲ ସମୟରେ ହିଁ ଦୁଇ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବ ନ୍ୟୁଜିଲାଣ୍ଡ ଦଳ। ଅଧିକ ପଢ଼ନ୍ତୁ...

kane williamson tensed for england test series during ipl 14
ଟେଷ୍ଟ ଛାଡ଼ି ଆପିଏଲ ଖେଳିବା ଉଚିତ ବିକଳ୍ପ ନୁହେଁ: ୱିଲିୟମସନ

By

Published : Feb 21, 2021, 4:34 PM IST

କ୍ରାଇଷ୍ଟଚର୍ଚ୍ଚ: ଆଇପିଏଲ 14କୁ ନେଇ ଚିନ୍ତା ଜାହିର କରିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ। କାରଣ ଆଇପିଏଲ ଚାଲୁଥିବା ସମୟରେ ହିଁ ଦୁଇ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ଗସ୍ତ କରିବାକୁ ହେବ। ଆଇପିଏଲର 14ତମ ସଂସ୍କରଣକୁ ନେଇ କୌଣସି ସୂଚୀ ଜାରି ହୋଇନଥିଲେ ସୁଦ୍ଧା ଏହାର ଏପ୍ରିଲ ମାସ ବେଳକୁ ଆରମ୍ଭ ହେବା ନେଇ ଆକଳନ କରାଯାଉଛି। ତେବେ ଏପ୍ରିଲ ମାସରେ ଆଇପିଏଲ ଆରମ୍ଭ ହେଲେ ଏହା ଜୁନ ମାସ ପର୍ଯ୍ୟନ୍ତ ଜାରି ରହିବ।

ଜୁନ ମାସରେ ହିଁ ଦୁଇ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ଗସ୍ତ କରିବାକୁ ହେବ। ବର୍ତ୍ତମାନ ଆଇପିଏଲ ଆରମ୍ଭ ହେବା ସମୟ ତଥା ଆଇପିଏଲ ସୂଚୀ ଜାରି ହେବା ନେଇ ଅପେକ୍ଷା କରିଛନ୍ତି କେନ ୱିଲିୟମସନ। ସେହି ସମୟ ଆସିଲେ ଉଚିତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ଏକ ସାକ୍ଷାତକାରରେ କେନ ୱିଲିୟମସନ କହିଛନ୍ତି ଯେ, "ଶେଷ ବେଳକୁ ବର୍ଷର ଖେଳସୂଚୀ ଘୋଷଣା ହେଉଛି। ଏଭଳି କାର୍ଯ୍ୟକ୍ରମ ବିଷୟରେ ଆମେ ଅବଗତ ନାହୁଁ। ପରିସ୍ଥିତି ଅନୁଯାୟୀ ନିଜ ଖେଳ ଫର୍ମାଟ ବଦଳାଇବା କଷ୍ଟକର ହୋଇପଡ଼େ। ଶେଷରେ ସ୍ଥିତି କିଭଳି ରହିବ ତାହାକୁ ମୁଁ ଅପେକ୍ଷା କରିଛି। ସେହିଭଳି ଭାବରେ ଆମେ ନିଜକୁ କ୍ବାରେଣ୍ଟିନରେ ରଖିବୁ। କିନ୍ତୁ ଏସବୁ ଆମ ହାତରେ ନାହିଁ, ଆଇପିଏଲ ପାଇଁ ଟେଷ୍ଟ କ୍ରିକେଟ ନଖେଳିବା ଏକ ବିକଳ୍ପ ନୁହେଁ।"

ନ୍ୟୁଜିଲାଣ୍ଡର ଜଣାଶୁଣା କ୍ରିକେଟର ଆଇପିଏଲରେ ସାମିଲ ହୋଇଛନ୍ତି। କେନ ୱିଲିୟମସନଙ୍କ ଛଡ଼ା ଟେଣ୍ଟ ବୋଲ୍ଟ, କାଇଲ ଜେମିସନ ଓ ଲକି ଫର୍ଗୁସନ ମଧ୍ୟ ଆଇପିଏଲ ସହ ଜଡ଼ିତ ଅଛନ୍ତି। ତେବେ ନ୍ୟୁଜିଲାଣ୍ଡ କ୍ରିକେଟ ନୀତି ଅନୁଯାୟୀ ସମସ୍ତ କ୍ରିକେଟ ଟି-20 କ୍ରିକେଟ ଖେଳିବାକୁ ସ୍ବତନ୍ତ୍ର ରହିଛନ୍ତି। ଏହି ନିୟମ ଅନୁଯାୟୀ ଇଂଲଣ୍ଡ ଗସ୍ତ ସମୟରେ ପ୍ରତ୍ୟେକ ଖେଳାଳି ନିଜ ନିଜ ଫ୍ରାଞ୍ଚାଇଜି ସହ ରହି ପାରିବେ।

@ians

ABOUT THE AUTHOR

...view details